ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ : ୧୨ ସୁଦ୍ଧା ୪୩% ମତଦାନ

0
626
43% polling recorded in second phase in Odisha
43% polling recorded in second phase in Odisha

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟରେ ସାରା ରାଜ୍ୟରେ ସୁରୁଖୁରୁରେ ଚାଲିଛି ମତଦାନ । ଦିନ ୧୨ଟା ସୁଦ୍ଧା ହୋଇଛି ୪୩ ପ୍ରତିଶତ ମତଦାନ । ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର କୁମାର ସାହୁ ।

ଶ୍ରୀ ସାହୁ କହିଛନ୍ତି, କେବଳ ଜଗତସିଂହପୁରର ଦୁଇଟି ବୁଥକୁ ଛାଡିଦେଲେ ଏପର୍ଯ୍ୟନ୍ତ ପୋଲିଂ ଶାନ୍ତିପୂର୍ଣ୍ଣ ରହିଛି । ସେହିପରି ଭାବରେ କୋଟିଆରେ ମତଦାନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ବୋଲି କହିଛନ୍ତି ନିର୍ବାଚନ କମିଶନଙ୍କ ସଚିବ । ସକାଳୁ କୋଟିଆରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି । ଦିନ ୧୨ଟା ସୁଦ୍ଧା ୪୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି ବୋଲି ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର କୁମାର ସାହୁ ଶ୍ରୀ ସାହୁ କହିଛନ୍ତି ।

Also Read  ରାଜ୍ୟରେ ୧୯ ଯାଏ ଶୀତ ଅନୁଭୂତ ହେବ ନାହିଁ

LEAVE A REPLY

Please enter your comment!
Please enter your name here