ରାଜ୍ୟର ସବୁ ସହରାଞ୍ଚଳରୁ ହଟିଲା ରାତ୍ରିକାଳୀନ କର୍ଫ୍ୟୁ : କେବେଠୁ ଜାଣନ୍ତୁ ?

0
442

ଭୁବନେଶ୍ୱର : ସାରା ରାଜ୍ୟରୁ ହଟିଲା ରାତ୍ରିକାଳୀନ କର୍ଫ୍ୟୁ । ଏଣିକି ଆଉ କୌଣସି ବାଧାବିଘ୍ନରେ ଲୋକେ ଯାତାୟତ କରିପାରିବେ । ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଥିବା ନାଇଟ କର୍ଫ୍ୟୁ ଆଜିଠୁ ହଟାଇ ଦେଇଛନ୍ତିି ରାଜ୍ୟ ସରକାର ।

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା ମୁତାବକ ସାରା ରାଜ୍ୟରେ କୋଭିଡ ମାମଲା କମୁଥିବାରୁ ନାଇଟ କର୍ଫ୍ୟୁ ହଟାଇଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ସମସ୍ତ ସହରାଞ୍ଚଳରେ କୋଭିଡ କଟକଣା ହେତୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ଥିଲା । ଆଉ ଫେବ୍ରୁଆରି ଗାଇଡଲାଇନରେ ରାତ୍ରିକାଳୀନ କର୍ଫ୍ୟୁ ଆସନ୍ତା ୨୮ ତାରିଖ ଯାଏଁ ବଳବତ୍ତର ରହିବ ବୋଲି କୁହାଯାଇଥିଲା । କିନ୍ତୁ କୋଭିଡ ମାମଲା କମୁଥିବାରୁ ନିର୍ଦ୍ଧାରିତ ଦିନ ପୂର୍ବରୁ ନାଇଟ କର୍ଫ୍ୟୁକୁ ହଟାଇଦିଆଯାଇଛି ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୯୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୭୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୩୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

Also Read  LoP Narsingha Mishra resigns from post of Business Advisory Committee of Odisha Assembly House