କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଡା ଏନଏସିର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭୁବନେଶ୍ୱର ପୋଖରୀପୁଟର କୋନିକା ଆପାର୍ଟମେଣ୍ଟରେ ଥିବା ଘର, ପାରଳାଖେମୁଣ୍ଡି ବି. ସୀତାପୁରର ପୈତୃକ ଘର, ବ୍ରହ୍ମପୁରରେ ଥିବା ସମ୍ପର୍କୀୟଙ୍କ ଘର ଓ ଶକ୍ତିନଗରରେ ଥିବା ୨ମହଲା କୋଠାରେ ଚାଲିଛି ରେଡ୍ । ଏହାସହ ସୁନାବେଡାରେ ଥିବା ଏନଏସି ଅଫିସ ଓ ସରକାରୀ କ୍ବାର୍ଟରରେ ଭିଜିଲାନ୍ସ ଛାପା ।
ଭିଜିଲାନ୍ସ ବିଭାଗର ୫ଜଣ ଡିଏସପି, ୮ଜଣ ଇନ୍ପପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଅଛନ୍ତି। ଚଢ଼ାଉ ସମୟରେ ବହୁ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର, ବ୍ୟାଙ୍କ ପାସ୍ ବୁକ, ନଗଦ ଟଙ୍କା, ସୁନା ଅଳଙ୍କାର ଓ ବୀମା ନଥିପତ୍ର ଜବତ କରାଯାଇଛି। ମନୋଜଙ୍କର ଏକାଧିକ ସ୍ଥାନରେ ଘର ଥିବା ଜଣାପଡ଼ିଛି। ମନୋଜ ସୁନାବେଡା ପୌରପରିଷଦର ସହକାରୀ ଯନ୍ତ୍ରୀ ଭାବେ ୬ବର୍ଷ ହେବ କାର୍ଯ୍ୟ କରି ଆସୁଛନ୍ତି। ମନୋଜଙ୍କୁ ଭିଜିଲାନ୍ସ ଭୁବନେଶ୍ୱର କାର୍ଯ୍ୟାଳୟକୁ ଆଣିଥିବା ଜଣାପଡ଼ିଛି।