ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଆଇପିଏସ ଗିରଫ : କିଏ ଏହି ଆଇପିଏସ ଜାଣନ୍ତୁ ?

0
560

ନୂଆଦିଲ୍ଲୀ:  ଆତଙ୍କବାଦୀଙ୍କ ଲିଙ୍କ ଅଭିଯୋଗରେ ହିମାଚଳ ପ୍ରଦେଶ କ୍ୟାଡରର ଆଇପିଏସ୍ ଅରବିନ୍ଦ ଦିଗବିଜୟ ନେଗୀଙ୍କୁ  ଗିରଫ କରିଛି ଜାତୀୟ ତଦନ୍ତକାରେ ସଂସ୍ଥା- ଏନଆଇଏ । ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବାକୁ ସମ୍ବେଦନଶୀଳ ଓ ଗୋପନୀୟ ତଥ୍ୟ ଲିକ୍ କରିବା ଅଭିଯୋଗରେ ଗିରଫ କରିଛି ଏନ୍‌ଆଏ।

ଗତବର୍ଷ ନଭେମ୍ବର ୬ ରେ ନେଗି ଲସ୍କର-ଇ-ତୋଇବାର ଓଭର ଗ୍ରାଉଣ୍ଡ ୱାର୍କର୍(OGW) ଗୋଷ୍ଠୀକୁ ସହଯୋଗ କରିବା ଏବଂ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଜନାରେ ସାମିଲ ଥିବା ନେଇ ଅଭିଯୋଗ ହୋଇଥିଲା । ଏହାପୂର୍ବରୁ ଏନଆଇଏ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଥିଲା । ଅନୁସନ୍ଧାନ ବେଳେ ଶିମଲାରେ ଏସପି ଭାବରେ ପୋଷ୍ଟ ହୋଇଥିବା ନେଗିଙ୍କ ଭୂମିକା ଯାଞ୍ଚ କରାଯାଇ ତାଙ୍କ ଘରେ ଖୋଜାଖୋଜି କରାଯାଇଥିଲା ବୋଲି ଅଧିକାରୀ କହିଛନ୍ତି।

ତଦନ୍ତ ବେଳେ ସେତେବେଳେ ଏନଆଇଏରେ କାର୍ଯ୍ୟରତ ଥିବା ନେଗିଙ୍କ ଘର ସର୍ଚ୍ଚ କରାଯାଇ ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ ତଥ୍ୟ ଲିକ କରିଥିବା ପ୍ରମାଣ ମିଳିଥିଲା। ଆଣ୍ଟି-ଟେରର୍ ଏଜେନ୍ସି ପକ୍ଷରୁ ଅରବିନ୍ଦ ଦିଗବିଜୟ ନେଗିଙ୍କୁ ଶିମଲାରୁ ଗିରଫ କରିଛି । ନେଗି, ଜଣେ ଆଇପିଏସ ଅଧିକାରୀ ହୋଇଥିବାବେଳେ ଏନଆଇଏରୁ  ପ୍ରତ୍ୟାବର୍ତ୍ତନ ପରେ ଶିମଲା ଏସପି ଭାବେ କାର୍ଯ୍ୟ କରୁଛନ୍ତି ।

 

Also Read  ଆଇଏସଆଇଏସ ଗତିବିଧି ନେଇ ଦେଶର ୬ ରାଜ୍ୟରେ ଏନଆଇଏର ଚଢ଼ାଉ