ରାଜ୍ୟରେ ଖୋଲିଲା ପ୍ରଥମରୁ ସପ୍ତମ କ୍ଲାସ : ଆରମ୍ଭରୁ ନାଚଗୀତ

0
398

ଭୁବନେଶ୍ୱର : ଦୀର୍ଘଦିନ ପରେ ଆଜି ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି । ହେଲେ ପ୍ରଥମ ସପ୍ତାହ ପିଲାମାନେ କେବଳ ନାଚଗୀତ ଏବଂ ବିଭିନ୍ନ ଆକ୍ଟିଭିଟି କରିଛନ୍ତିି । ପ୍ରଥମ ଥର ପାଇଁ ସ୍କୁଲ ମାଟି ମାଡ଼ିନଥିବା ପିଲା ବେଶ ଖୁସି ଅଛନ୍ତି । ଏହାସହ ପୁରୁଣା ପିଲାମାନେ ନିଜର ସାଙ୍ଗସାଥୀଙ୍କୁ ପାଇ ବହୁତ ଆନନ୍ଦିତ ହୋଇଛନ୍ତି ।

ଏପରିକି ଆଜି ସ୍କୁଲ ଖୋଲିବା ପୂର୍ବରୁ ଗତକାଲି ଅଭିଭାବକ ସମ୍ମିଳନୀ ହୋଇ ଅଭିଭାବକମାନଙ୍କ ମତାମତ ନିଆଯାଇଥିଲା। ଏହାପରଠୁ ଆଜି ସ୍କୁଲରେ ପାଦ ଥାପିଛନ୍ତି କୁନି କୁନି ଛାତ୍ରଛାତ୍ର। ଏପରିକି ପୂର୍ବରୁ କେବେ ସ୍କୁଲ ଦୁଆର ମୁହଁ ମାଡ଼ି ନଥିବା କୁନି କୁନି ଛାତ୍ରଛାତ୍ରୀ ସ୍କୁଲ ପରିସରରେ ବହୁ ସାଙ୍ଗସାଥୀ ଦେଖି ବେଶ୍‌ ଖୁସି ଥିବା କହିଛନ୍ତି।

ସ୍କୁଲ ଗୁଡିକରେ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହି ସପ୍ତାହରେ କେବଳ ପିଲାଙ୍କ ଆକ୍ଟିଭିଟି କ୍ଲାସ ହେବ । ଏହି ୬ ଦିନ ଖେଳକୁଦ, ନାଚ, ଗୀତ, ବିଭିନ୍ନ ପ୍ରତିଯୋଗିତା ଆଦି ଆକ୍ଟିଭିଟି ମାଧ୍ୟମରେ ପିଲାଙ୍କୁ ସ୍କୁଲ ସହିତ ବାନ୍ଧି ରଖାଯିବ। ଆସନ୍ତା ସପ୍ତାହରୁ ସେମାନେ ପାଠ ପଢ଼ିବେ ବୋଲି ଗଣ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

୨ ବର୍ଷ ପରେ ଖୋଲିଥିବାରୁ ସ୍କୁଲ୍‌ରେ କ୍ଲାସରୁମ୍‌ଗୁଡ଼ିକୁ ସଫା ସୁତୁରା କରାଯିବା ସହିତ ସାନିଟାଇଜ୍ କରାଯାଇଛି । ହଷ୍ଟେଲ ଥିବା ବିଦ୍ୟାଳୟରେ ପିଲାମାନେ ଗତକାଲିଠାରୁ ସ୍କୁଲ୍‌ରେ ପହଞ୍ଚି ସାରିଛନ୍ତି । ଏବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ଅଫଲାଇନ୍‌ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଯେଉଁ ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ରାଜି ନ ହେବେ ସେମାନଙ୍କ ପାଇଁ ଅନଲାଇନ୍‌ ପାଠପଢ଼ା ଓ ପରୀକ୍ଷା ବ୍ୟବସ୍ଥା ଚାଲୁ ରହିବ ବୋଲି କହିଛନ୍ତି ମନ୍ତ୍ରୀ।

Also Read  ୫୬ ବର୍ଷରେ ବଲିଉଡର ବାଦଶାହ ଶାହରୁଖ