ସାବତ ମା’ ସାଜିଲା ରାକ୍ଷାସ : ୬ବର୍ଷର ଝିଅକୁ ପିଟିପିଟି ମାରିଦେଲା

0
547

ବ୍ରହ୍ମପୁର : ସାବତ ମା’ ସାଜିଲା ପିଚାସ । ୬ ବର୍ଷର ଝିଅକୁ ପିଟିପିଟି ମାରିଦେଲା । ଝିଅ ଖାଇବାକୁ ଅଝଟ ହେବାରୁ ଉଭୟ ବାପା ଓ ମା’ ମିଶି ମାରିଦେଇଛନ୍ତି । ଏଭଳି ଛାତିଥରା ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ତେନ୍ତୁଳିଆରେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗିରଫ କରିଛି ।

ତେନ୍ତୁଳିଆ ଅଞ୍ଚଳରେ ଦିବାକର ନାମକ ବ୍ୟକ୍ତି ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ତାଙ୍କ ପ୍ରଥମ ପତ୍ନୀଙ୍କର ମୃତ୍ୟୁ ହୋଇ ଯାଇଛି। ତାଙ୍କର ତପସ୍ୟା ନାମ୍ନୀ ୬ ବର୍ଷର ଝିଅ ଅଛି। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଦିବାକର ଦ୍ୱିତୀୟ ବିବାହ କରିଥିଲେ। ହେଲେ କୁନି ଝିଅଟି ଯୋଗୁ ଉଭୟ ପତିପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ଏପରିକି ଗତ ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେଇଥିଲା। ଏହି ସମୟରେ ତପସ୍ୟା ଖାଇବାକୁ ଅଝଟ ହେବାରୁ ତାକୁ ଦିବାକର ଗୋରୁ ପରି ପିଟିଥିଲେ। ଏହାପରେ ସେ ଘର ବାହାରକୁ ଚାଲି ଯିବାରୁ ତାଙ୍କ ଦ୍ୱିତୀୟ ପତ୍ନୀ ଏକ କାଠଫାଳିଆରେ ଝିଅ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ଛୁଆଟିର ଜୀବନ ଚାଲି ଯାଇଥିଲା।

ଏହା ଜାଣିପାରି ଆଜି ସକାଳୁ ଉଭୟ ପତିପତ୍ନୀ ମୃତଦେହକୁ ବାହାରକୁ ନେବାକୁ ଚେଷ୍ଟା କରିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ଏନେଇ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ଛୁଆଟିର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା। ଏପରିକି ଛୁଆଟିର ଶରୀର ସାରା ମାଡ଼ ଚିହ୍ନ ଥିବାରୁ ପୁଲିସ୍‌ ଉଭୟ ଦିବାକର ଓ ତାଙ୍କ ସାବତ ପତ୍ନୀଙ୍କୁ ଗିରଫ କରିଛି। ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।

Also Read  College girl accuses Nabarangpur's SDPO of sexual assault on pretext of marriage