ନୂଆଦିଲ୍ଲୀ: ରୁଷ ଭଡ଼ାରେ ସୈନ୍ୟ ଆଣିଛି। ମୋତେ ହତ୍ୟା ପାଇଁ ସେହି ସୈନ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନିସ୍କି ଅଭିଯୋଗ ଆଣିଛନ୍ତି । ରୁଷ ଆମଦାନୀ କରିଥିବା ୪୦୦ରୁ ଅଧିକ ସୈନ୍ୟ ୟୁକ୍ରେନ୍ରେ ବୁଲୁଛନ୍ତି।
ସେ କହିଛନ୍ତି ଯେ, ଏଥିସହ କିଭ୍କୁ ଦଖଲକୁ ନେବାକୁ ମସ୍କୋ ଯୋଜନା କରିଛି। ରାଷ୍ଟ୍ରପତି ପୁଟିନ ‘ୱାଗେନର’ ନାମକ ଏକ ସାମରିକ ସଙ୍ଗଠନ ୟୁକ୍ରେନ୍ରେ ବ୍ୟବହାର କରିଛନ୍ତି। ଏହି ଗ୍ରୁପରେ ଥିବା ଅଧିକାଂଶ ସୈନ୍ୟଙ୍କୁ ଆଫିକ୍ରାରୁ ଅଣାଯାଇଛି। ଜେଲେନିସ୍କି ସରକାର ମୁଣ୍ଡ କାଟିବା ପାଇଁ ସେମାନଙ୍କୁ ୫ ମାସ ଆଗରୁ ଅଣାଯାଛି। ସେମାନଙ୍କୁ ମୋଟା ଅଙ୍କର ବୋନସ ଦିଆଯାଇଛି ବୋଲି ସେ କହିଛନ୍ତି। ଏହି ଭଡ଼ାଟିଆ ସୈନ୍ୟମାନେ ୟୁକେନ୍ରେ ଶନିବାର ପହଞ୍ଚିଥିଲେ। ସେମାନେ ପହଞ୍ଚିବା ପରେ ୟୁକ୍ରେନ୍ ପକ୍ଷରୁ କିଭ୍ରେ ୩୬ ଘଣ୍ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି। ଏହି ସୈନ୍ୟମାନଙ୍କଠାରୁ ନିଜକୁ ରକ୍ଷା ପାଇଁ ୟୁକ୍ରେନ୍ ନାଗକରିକଙ୍କୁ ସତର୍କ କରାଯାଇ ଥିବା ସେ କହିଛନ୍ତି।
ଗତ ଫେବୃଆରୀ ୨୪ରୁ ରୁଷ ପକ୍ଷରୁ ୟୁକ୍ରେନ ଉପରେ ସାମାରିକ ଅଭିଯାନ ଆରମ୍ଭ ହୋଇଥିଲା। ତେବେ ଯୁଦ୍ଧର ତତୁର୍ଥ ଦିନରେ ରୁଷ ସହ ଶାନ୍ତି ଆଲୋଚନା ପାଇଁ ୟୁକ୍ରେନ୍ ରାଜି ହୋଇଛି। ବେଲାରୁଷରେ ହେବାରୁ ଥିବା ଏହି ଶାନ୍ତି ଆଲୋଚନା ପାଇଁ ୟୁକ୍ରେନ୍ ପ୍ରତିନିଧିଦଳ ପହଞ୍ଚି ଥିବା ଜଣାପଡ଼ିଛି। ଆମେରିକା କହିଛି ଯେ, ରୁଷ-ୟୁକ୍ରେନ୍ ସଂଘର୍ଷ ଯୋଗୁ ୬୮ ଜଣ ସାଧାରଣ ଲୋକ ନିହତ ହୋଇଛନ୍ତି। ପ୍ରାୟ ୩ ଲକ୍ଷ ୬୮ ହଜାର ୟୁକ୍ରେନ ଲୋକ ଦେଶ ଛାଡ଼ି ଆଶ୍ରୟ ପାଇଁ ପଡ଼ୋଶୀ ରାଷ୍ଟ୍ରରେ ପହଞ୍ଚିଛନ୍ତି।