ଆଜି ମହାଶିବରାତ୍ରି : ୧ଲକ୍ଷ ୧ ଶିବ ଲିଙ୍ଗରେ ହୋଇଛି ୧୮ ଫୁଟର ଉଚ୍ଚର ବିରାଟକାୟ ଶିବ ଲିଙ୍ଗ କେଉଁ ଠି ? ଜାଣନ୍ତୁ …

0
461

ଆନ୍ଧ୍ରପ୍ରଦେଶ : ଆଜି ମହାସମାରୋହରେ ପାଳନ ହେଉଛି ଜାଗର । ଶିବ ଧୂନରେ ଗୁଞ୍ଜରିତ ହେଉଛି ସାରା ପରିବେଶ । ଶୈବପୀଠରେ ସମସ୍ତଙ୍କ ମୂଖରେ ଗୋଟିଏ ଶବ୍ଦ ଓଁ ନମଃ ଶିବାୟ । ମହାଶିବରାତ୍ରି ଉପଲକ୍ଷେ ବିଶାଖାପାଟଣା ସହରର ରାମକ୍ରିଷ୍ଣା ସମୁଦ୍ର କୂଳରେ ନିର୍ମିତ ହୋଇଛି ବିଶାଳକାୟ ଶିବ ଲିଙ୍ଗ। ସର୍ବମୋଟ ୧ ଲକ୍ଷ ୧ ଛୋଟ ଛୋଟ ଶିବ ଲିଙ୍ଗ ଦ୍ୱାରା ୧୮ ଫୁଟ ଉଚ୍ଚତାରେ ଗୋଟିଏ ବିରାଟକାୟ ଶିବଲିଙ୍ଗର ନିର୍ମାଣ କରଯାଇଛି।

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ପୂର୍ବତନ ସାଂସଦ ଓ ରାଜ୍ୟସଭା ସଦସ୍ୟ ଟି.ସୁବୀରମୀ ରେଡ୍ଡୀଙ୍କ ତତ୍ତ୍ୱାବଧାନରେ ଚାଲିଛି ଏହି ପୂଜାର୍ଚ୍ଚନା । ଜାଗର ଅବସରରେ ଏଠାରେ ପୂଜାର୍ଚ୍ଚନା ନିମନ୍ତେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଛି। ଏପରିକି ବିରାଟକାୟ ଶିବଙ୍କ ଲିଙ୍ଗରେ ଜଳାପର୍ଣ ନିମନ୍ତେ ଭକ୍ତମାନେ ଲମ୍ବା ଲମ୍ବା ଲାଇନ୍‌ରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି।

ଏହି ବିରାଟକାୟ ଶିବ ଲିଙ୍ଗ ଭକ୍ତଙ୍କ ସହ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏଠାରେ ଭକ୍ତଙ୍କ “ଓଁ ନମଃ ଶିବାୟ”  ଧ୍ୱନିରେ ସମୁଦ୍ର କୂଳ ଅଞ୍ଚଳରେ  ଏକ ଭକ୍ତି ଓ ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଛି।

Also Read  ଆରଟିଓ ଆଉ ଯିବାକୁ ପଡ଼ିବନି : ଘରେ ବସି ସବୁ କାଗଜପତ୍ର ଡାଉନଲୋଡ କରିବେ କେମିତି ? ଜାଣନ୍ତୁ ....