ପୁଷ୍ପା ଷ୍ଟାଇଲରେ କଣ୍ଟେନରରେ ଚାଲାଣ ହେଉଥିଲା ମଦ

0
579

ଢେଙ୍କାନାଳ : ପୁଷ୍ପାରାଜ ଷ୍ଟାଇଲରେ ମଦ ଚାଲାଣ ହେଉଥିଲା । ଅର୍ଥାତ ସାଉଥ ଫିଲ୍ମ ପୁଷ୍ପାରେ ଯେପରି ପୁଷ୍ପାରାଜ କ୍ଷୀର ଟ୍ୟାଙ୍କରେ ଚନ୍ଦନ କାଠ ନେଉଥିଲା , ସେହିଭଳି ଓଡ଼ିଶାରେ ମଦ ମାଫିଆମାନେ ଏବେ କ୍ଷୀର ଓ ପାଣି ଟ୍ୟାଙ୍କର ବ୍ୟବହାର କରୁଛନ୍ତି । ଢେଙ୍କାନାଳରେ ପାଣି କଣ୍ଟେନରରେ ମଦ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରି ଟ୍ୟାଙ୍କରକୁ ଧରିଛି ।

ରାଜସ୍ଥାନ ନମ୍ୱର ପ୍ଲେଟ୍‌ ଥିବା ଏକ ଟ୍ରକ୍‌ରେ ଏକ ପାଣି କଣ୍ଟେନର ବୋଝେଇ ହୋଇଥିବା ବେଳେ ସେଥିରେ ମଦ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ସୂଚନା ପାଇଥିଲା। ଅବକାରୀ କମିଶନରଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ଅବକାରୀ ବିଭାଗ ଉକ୍ତ ଗାଡ଼ିକୁ ପିଛା କରିଥିଲା। ହିନ୍ଦୋଳ ବାଉଁଶପୋଖରୀ ନିକଟରେ ଅବକାରୀ ବିଭାଗ ଗାଡ଼ିଟିକୁ ଅଟକାଇ ଥିଲା। ଯାଞ୍ଚ ବେଳେ ସେଥିରୁ ଆଖି ତରାଟିଦେଲା ପରି ମଦ ପ୍ୟାକେଟ୍‌ ବାହାରିଥିଲା।

ଅବକାରୀ ଅଧିକାରୀ ସୀତାରାଣୀ ପଟ୍ଟାୟତଙ୍କ କହିବା ଅନୁସାରେ ଉକ୍ତ ଗାଡ଼ିଟି ଆସାମରୁ ଭୁବନେଶ୍ୱର ପୋଖରୀପୁଟ୍‌କୁ ଯାଉଥିଲା। କଣ୍ଟେନର ବାହାରେ ୱାଟର ଫିଲ୍‌ଟର ଲେଖାଯାଇଥିଲା। ଗାଡ଼ିର କାଗଜପତ୍ର ଯାଞ୍ଚ କରିବାରୁ ପାଣି ପରିବହନ ପାଇଁ ପଞ୍ଜିକୃତ ହୋଇଥିବା ଜଣାପଡ଼ିଥିଲା। ହେଲେ ଏଥିରେ ମଦ ଚାଲାଣ କରାଯାଉଥିଲା। କଣ୍ଟେନର ଭିତରେ ଶହ ଶହ ବିଦେଶୀ ମଦ ପେଟି ଥିଲା। ଜବତ ମଦ ରାଜ୍ୟ ବାହାରର ବୋଲି ଜଣାପଡ଼ିଛି। ଢେଙ୍କାନାଳ ଅବକାରୀ ବିଭାଗ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକଙ୍କ ଭିତରୁ ଜଣେ ଢେଙ୍କାନାଳ ଜିଲ୍ଲାର ବୋଲି ଜଣାପଡ଼ିଛି।

Also Read  Balasore under Sec 144 of CrPC by Police and Dist Admin following murder