ରାସ୍ତା କଡ଼ରେ ଷ୍ଟାର୍ଟ କାରରୁ ମିଳିଲା ମୃତଦେହ

0
410
White car standing on the road with copy space

ଭୁବନେଶ୍ୱର : ରାସ୍ତା କଡ଼ରେ ଦୀର୍ଘ ୧୨ ଘଣ୍ଟା ଧରି ଗୋଟିଏ କାର ଷ୍ଟାର୍ଟିଂ ଅବସ୍ଥାରେ ରହିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର ଭିତରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଥିଲା । ଯୁବକ ଜଣକ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ପ୍ରଣବ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ବୋଲି ଜଣାପଡ଼ିଛି ।

ଗତକାଲି ରାତିଠାରୁ କାର୍‌ଟି ଷ୍ଟାର୍ଟ ଅବସ୍ଥାରେ କଟକ-ସମ୍ବଲପୁର ରାସ୍ତାରେ ଠିଆ ହୋଇଥିଲା।  ଆଜି ସକାଳେ ମଧ୍ୟ କାର୍‌ଟି ସେହି ଜାଗାରେ ଷ୍ଟାର୍ଟ ଅବସ୍ଥାରେ ଠିଆ ହୋଇଥିଲା। ଏନେଇ ସ୍ଥାନୀୟ ଲୋକଙ୍କର ସନ୍ଦେହ ହେବାରୁ ପୁଲିସକୁ ଖବର ଦେଇଥିଲେ। ହିନ୍ଦୋଳ ପୁଲିସ ପହଞ୍ଚି ଗାଡ଼ିର କାଚ ଭାଙ୍ଗି ପୂର୍ଣ୍ଣଚନ୍ଦ୍ରଙ୍କୁ ଉଦ୍ଧାର କରିବା ସହ ମୋବାଇଲ୍ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏହାସହ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ଲୋକଙ୍କୁ ଖବର ଦେଇଛି।

ପୂର୍ଣ୍ଣଚନ୍ଦ୍ରଙ୍କ ପରିବାରର କିଛି ସଦସ୍ୟ ଢେଙ୍କାନାଳ ଭୁବନ ଅଞ୍ଚଳରେ ରହୁଥିବା ଜଣାଯାଇଛି। ତାଙ୍କର ୨ ବର୍ଷର ଗୋଟିଏ ଝିଅ ଓ ପତ୍ନୀ ନାଗପୁରରେ ରହୁଥିବା ଜଣାପଡ଼ିଛି।  କେଉଁ ପରିସ୍ଥିତିରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଛି ସେନେଇ ପୁଲିସ ତଦନ୍ତ କରୁଛି ।

 

Also Read  India Reports 175 New Cases Of Omicron Variant; Total Tally Rises To 1700