ପୌର ନିର୍ବାଚନ : କଟକ କଂଗ୍ରେସର ମେୟର ପ୍ରାର୍ଥୀ ଗିରିବାଳା ବେହେରା

0
423

କଟକ: ପୌର ନିର୍ବାଚନ ପାଇଁ ସରଗରମ ହେଲାଣି ରାଜନୀତି । ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏହାରି ଭିତରେ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୌର ନିର୍ବାଚନ ନେଇ ଆଜି କଂଗ୍ରେସ ପକ୍ଷରୁ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କଟକ ପାଇଁ କର୍ପୋରେଟର ପ୍ରାର୍ଥୀଙ୍କ ନାମ କଂଗ୍ରେସ ଚୂଡାନ୍ତ କରିଥିବାବେଳେ ୨ ଦିନ ଭିତରେ ଭୁବନେଶ୍ୱର ପାଇଁ ତାଲିକା ଘୋଷଣା ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଚଳିତ ପୌର ନିର୍ବାଚନରେ କଂଗ୍ରେସ ପକ୍ଷରୁ କଟକ ମେୟର ପାଇଁ କଂଗ୍ରେସ ନେତ୍ରୀ ଗିରିବାଳା ବେହେରାଙ୍କୁ ପ୍ରାର୍ଥୀ କରାଯାଇଛି | । ଏହାସହ କଟକ ମହାନଗର ସମସ୍ତ କର୍ପୋରେଟର ପ୍ରାର୍ଥୀ ମଧ୍ୟ ଚୁଡାନ୍ତ ହୋଇଛି ।  ପଞ୍ଚାୟତ ନିର୍ବାଚନର ଫଳାଫଳ କୌଣସି ପ୍ରଭାବ ପୌର ନିର୍ବାଚନର ଉପରେ ପଡିବନି ବୋଲି କହିଛି କଂଗ୍ରେସ । ସେହିପରି କଟକରେ ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ହାତରେ ଥିବାରୁ କଟକ ମହାନଗର ନିଗମକୁ ଦଖଲକୁ ନେବାକୁ ଆଶାବାଦୀ କଂଗ୍ରେସ। ସହରରେ ଅନେକ ପ୍ରସଙ୍ଗ ରହିଛି ତାକୁ ନେଇ ଲୋକଙ୍କ ପଖାକୁ ଯିବେ ବୋଲି ମେୟର ପ୍ରାର୍ଥୀ ଗିରିବାଳା ବେହେରା କହିଛନ୍ତି ।

କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ଭଳି ତିନି ମହାନଗର ନିଗମ ପାଇଁ ପ୍ରାର୍ଥୀ ଚୟନ କରିବାକୁ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା କମିଟିର ପ୍ରଥମ ବୈଠକ ଆଜି ବସିଥିଲା | ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳଙ୍କ ସମେତ ୨୦ ଜଣ ସଦସ୍ୟ ଯୋଗ ଦେଇଥିଲେ ।

Also Read  Rain Alert: Orange & Yellow Warnings Issued For Odisha