ୟୁକ୍ରେନ-ରୁଷିଆ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା : ସଫଳ ହେବ କି ଉଦ୍ୟମ?

0
317

ନୂଆଦିଲ୍ଲୀ :  ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ସଙ୍କଟ ଭିତରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତିଆଲୋଚନା ବସିଛି। ବେଲାରୁଷ-ପୋଲାଣ୍ଡ ସୀମାରେ ଉଭୟ ଦେଶ ମଧ୍ୟରେ ଶାନ୍ତି ପାଇଁ ଆରମ୍ଭ ହୋଇଛି ବୈଠକ ।ବୈଠକରେ ଋଷ ଏବଂ ୟୁକ୍ରେନ୍‌ ପ୍ରତିନିଧିମଣ୍ଡଳ ଉପସ୍ଥିତ ଅଛନ୍ତି ।

ଏମଧ୍ୟରେ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାରୁ ରୁଷ ଉପରେ ଡିୟାଜିଓ, ଆଇକିଆ, ସ୍ପୋଟିଫାଏ ଓ ଏଫ-୧ର ବଡ଼ କାର୍ଯ୍ୟାନୁଷ୍ଠାନ। ମଦ ତିଆରି କରୁଥିବା କମ୍ପାନି ଡିୟାଜିଓ ରୁଷକୁ ମଦ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛି। ଡିୟାଜିଓ କମ୍ପାନି ଜନି ୱାକର, କ୍ୟାପଟେନ ମାର୍ଗନ, ଗିନିଜ, ସ୍ମିର୍ନଫ, ହ୍ବାଇଟ ହର୍ସ ଏବଂ ଅନ୍ୟାନ୍ୟ ବ୍ରାଣ୍ଡର ମଦ ତିଆରି କରେ। ଡିୟାଜିଓ ସହିତ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାରୁ ରୁଷ ଉପରେ ବିଶ୍ୱର ସର୍ବବୃହତ ଆସବାବପତ୍ର ବ୍ରାଣ୍ଡ ଆଇକିଆ ରୁଷ ଓ ବେଲାରୁଷରେ କାର୍ଯ୍ୟ ବନ୍ଦ କରିଦେଇଛି।

ଋଷ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ବେଲାରୁଷରେ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଛି । ଅନ୍ୟପଟେ ରୁଷ ରାଷ୍ଟ୍ରପତିଘଙ୍କ ସହ ସିଧାସଳଖ ଆଲୋଚନା ପାଇଁ ଚାହିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି । ରୁଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା ହେଲେ ଯୁଦ୍ଧ ବନ୍ଦ ହେବ ବୋଲି ୟୁକ୍ରେନ୍‌  ରାଷ୍ଟ୍ରପତି ଭୋଲଦିମିର୍‌ ଜେଲେନସ୍କି କହିଛନ୍ତି। ସେହିପରି ଋଷ ତୁରନ୍ତ ଯୁଦ୍ଧ ବିରତି କରୁ ବୋଲି ୟୁକ୍ରେନ୍‌ ପ୍ରତିନିଧି ମଣ୍ଡଳ ଦାବି କରିଛନ୍ତି । ପୂର୍ବରୁ ଫେବୃଆରୀ ୨୮ ତାରିଖରେ ପ୍ରଥମେ ବୈଠକ ହୋଇଥିବା । ତେବେ କୌଣସି ନିଷ୍କର୍ସ ନବାହାରିବାରୁ ଯୁଦ୍ଧ ଜାରି ରଖିଥିଲା ଋଷ । ବର୍ତ୍ତମାନ ସୁଦ୍ଧା ୟୁକ୍ରେନ୍‌ର ଅନେକ ସହରରେ କବ୍‌ଜା କରିସାରିଛି ରୁଷ ।

 

Also Read  ରାଜ୍ୟରେ ଥିବା ଆଇସିୟୁରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲା