ରାଜ୍ୟରେ ନିରାଡ଼ମ୍ବରରେ ପାଳନ ହେଉଛି ବିଜୁ ଜୟନ୍ତୀ

0
232

ଭୁବନେଶ୍ୱର: ରାଜ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୬ତମ ଜୟନ୍ତୀ ପାଳନ ହେଉଛି । ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜୁଙ୍କ ଜୟନ୍ତୀଙ୍କୁ ନିରାଡମ୍ବର ଭାବେ ପାଳନ କରାଯାଉଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ନିର୍ବାଚନ ମଣ୍ଡଳୀରେ ସାଧାରଣ ସଭା ଆୟୋଜନ କରାଯାଇ ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ପରିଚାଳିତ ବିଜେଡିର ସଫଳ ଯାତ୍ରା ସମ୍ପର୍କରେ ଆଲୋଚନା କରାଯାଉଛି ।

ବିଜୁ ବାବୁ ହେଉଛନ୍ତି ଓଡ଼ିଶା ସଫଳ ବିକାଶ ଯାତ୍ରାର ମହାନାୟକ । ତାଙ୍କରି ଆଦର୍ଶକୁ ଆଧାର କରି ବିଜେଡି ରାଜ୍ୟର ବିକାଶ ଯାତ୍ରା ଜାରି ରଖିଛି । ପ୍ରଶାସନକୁ ସ୍ବଚ୍ଛ କରିବାକୁ ୫-ଟି ଓ ମୋ ସରକାର ଭଳି ବିକାଶମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଏଣୁ ବିଜୁ ବାବୁଙ୍କ ଜନ୍ମ ଦିବସରେ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଅନ୍ୟପଟେ ମାର୍ଚ୍ଚ ୮ରେ ପ୍ରତି ନିର୍ବାଚନ ମଣ୍ଡଳୀରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିବ ଦଳ । ମହିଳା ସଶକ୍ତିକରଣ ପାଇଁ ବିଜୁ ଜନତା ଦଳର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ ।

Also Read  Shankaracharya banned from touching the deities on Snana Mandap: Daitapati Nijog secretary Premanand Dasmohapatra

LEAVE A REPLY

Please enter your comment!
Please enter your name here