ୟୁକ୍ରେନରୁ ଅଧା ପାଠ ଛାଡ଼ି ଫେରୁଥିବା ଛାତ୍ରଛାତ୍ରୀଙ୍କୁ ଭାରତ ସରକାର ବିଭିନ୍ନ କଲେଜରେ ନାମ ଲେଖାଇବା ବ୍ୟବସ୍ଥା କରନ୍ତୁ :ପ୍ରସନ୍ନ

0
479

ନୂଆଦିଲ୍ଲୀ:  ୟୁକ୍ରେନରୁ ଅଧା ପାଠ ଛାଡ଼ି ଫେରୁଥିବା ଛାତ୍ରଛାତ୍ରୀଙ୍କୁ ଭାରତ ସରକାର ବିଭିନ୍ନ କଲେଜରେ ନାମ ଲେଖାଇବା ବ୍ୟବସ୍ଥା କରନ୍ତୁ । ଯଦି ଆବଶ୍ୟକ ହୁଏ, ଏଥପାଇଁ ଥିବା ନିୟମାବଳୀ ଓ ଗାଇଡ୍‌ଲାଇନ୍‌ ପରିବର୍ତ୍ତନ କରାଯାଉ ବୋଲିରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ସାଂସଦ ଆଚାର୍ଯ୍ୟ କହିଛନ୍ତି, ରୁଷ୍‌ ଆକ୍ରମଣରେ ବିଧ୍ବସ୍ତ ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟ ତଥା ଭାରତୀୟ ଛାତ୍ରମାନଙ୍କୁ ସଫଳତାର ସହ ସ୍ବଦେଶ ଫେରାଇ ଆଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦ ଜଣାଉଛି। ୟୁକ୍ରେନ୍‌ ଫେରନ୍ତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଶାରୁ ମଧ୍ୟ ଅନେକ ଡାକ୍ତରୀ ଛାତ୍ରଛାତ୍ରୀ ଅଛନ୍ତି। ଅଧାରୁ ପାଠ ଛାଡ଼ି ଆସିଥିବାରୁ ସେମାନଙ୍କ ଭବିଷ୍ୟତ ପାଇଁ ଅଭିଭାବକମାନେ ଚିନ୍ତିତ ଅଛନ୍ତି।

ଯୁଦ୍ଧ ପରିସ୍ଥିତିରୁ ଯାହା ଜଣାପଡୁଛି ନିକଟ ଭବିଷ୍ୟତରେ ସେଠାରେ ସ୍ବାଭାବିକ ଅବସ୍ଥା ଫେରିବ ନାହିଁ। ତେଣୁ, ଅଧାରୁ ପାଠ ଛାଡ଼ି ଆସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଦୃଷ୍ଟି ଦେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ବିକଳ୍ପ ବ୍ୟବସ୍ଥା ଭାବେ ଉକ୍ତ ଛାତ୍ରଛାତ୍ରୀଙ୍କୁ ଦେଶର ବିଭିନ୍ନ ମେଡିକାଲ୍‌ କଲେଜ୍‌ରେ ପଢ଼ିବାକୁ ସୁଯୋଗ ଦେବାକୁ ମୋର ବିନମ୍ର ନିବେଦନ। ପ୍ରୟୋଜନ ହେଲେ, ଏଥିପାଇଁ ଥିବା ନିୟମାବଳୀ କୋହଳ କରାଯାଉ।

Also Read  କୋଟିଆ ମାମଲାରେ ଓଡ଼ିଶାର ବଡ଼ ବିଜୟ; ଆନ୍ଧ୍ରର ପିଟିସନ ସୁପ୍ରିମକୋର୍ଟରେ ଖାରଜ