ସୋସିଆଲ ମିଡିଆ ମାଧ୍ୟମରେ ଦର୍ଶନ ଦେଉଛନ୍ତି ମା ଦୁର୍ଗା।

0
1499

ଅକ୍ଟୋବର ୧୪/ଭୁବନେଶ୍ୱର : ମଣ୍ଡପ ଗୁଡିକ ରେ ମା ଜଗଜ୍ଜନନୀ ମା’ ଦୁର୍ଗାଙ୍କ ପୂଜାର୍ଚନା ଚାଲିଛି I କିନ୍ତୁ ଭକ୍ତ ଙ୍କ ମନରେ ଆଗ୍ରହ ଉଦ୍ଦୀପନା ନାହିଁ କହିଲେ ଚାଲେ I କ୍ରମାଗତ ଭାବରେ ଦୁଇ ବର୍ଷ ଧରି ମା ଙ୍କୁ ମଣ୍ଡପରେ ଦର୍ଶନ କରିପାରୁନାହାନ୍ତି ଜନସାଧାରଣ I ନ ଅଛି ସାଜସଜ୍ଜା ନା ବୁଲାବୁଲି- ସବୁ ବନ୍ଦ I କୋରୋନା ର ଏହି ମହାମାରୀ ସମୟରେ ରାଜ୍ୟ ସରକାର ବିଭିନ୍ନ ପୂଜା ମଣ୍ଡପ ମାନଙ୍କରେ କଟକଣା ଜାରୀ କରିଛନ୍ତି।
ଯଦ୍ୱାରା, ମା ଦୁର୍ଗା ପରଦା ଆଢ଼ୁଆଳରେ ରହି ପୂଜା ପାଉଛନ୍ତି ଏବଂ ସାଧାରଣ ଜନତା ତାଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି।
ଆହୁରି ମଧ୍ୟ, ପୂଜା ସମୟରେ ସଂକ୍ରମଣ ବଢିବାର ଆଶଙ୍କା କରି, ଦୈତ୍ୟ ନଗରୀ କଟକ ଓ ଭୁବନେଶ୍ୱରରେ କଡ଼ାକଡ଼ି କରାଯାଇଛି ନାଇଟ୍ କର୍ଫ୍ୟୁ। ଏହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଟ୍ୱିନସିଟିରେ ରାତି ୮ଟାରୁ ଭୋର୍ ୫ଟା ଯାଏଁ ଲାଗୁ ହେବ I
ଘରେ ରହି ମା ଙ୍କୁ ଡାକୁଛନ୍ତି ଭକ୍ତ-କେମିତି ସମାଜ କରୋନା ମୁକ୍ତ ହେବ- ସେହି ଗୋଟିଏ ହିଁ ଚିନ୍ତା I
ତେବେ ସୁଖର ବିଷୟ, କେତେକ ମଣ୍ଡପ ରେ ମା ଙ୍କ ପୂଜାର୍ଚ୍ଚନା ର ଲାଇଭ ଭିଜୁଆଲ ଦେଖି ଆନନ୍ଦ ନେଉଛନ୍ତି ଭକ୍ତ I

ସୋସିଆଲ ମିଡିଆ ମାଧ୍ୟମରେ ଦର୍ଶନ ଦେଉଛନ୍ତି ମା ଦୁର୍ଗା।

ଆଜ୍ଞା ହଁ, କୌତୁହଳ ଲାଗୁଥିଲେ ମଧ୍ୟ ସତ। ଏବେ ଘରେ ବସି ସୋସିଆଲ ମିଡିଆ ମାଧ୍ୟମରେ ଭକ୍ତ କରୁଛି ଭଗବାନଙ୍କ ଦର୍ଶନ।
ଏଭଳି କିଛି ଅଭିନବ ପ୍ରୟାସ କରିଛନ୍ତି ସତ୍ୟନଗର ଦୁର୍ଗାପୂଜା କମିଟିର କିଛି କର୍ମ କର୍ତ୍ତା।
YouTube ଓ Facebook ମାଧ୍ୟମରେ ଘରେ ଘରେ ମା” ଙ୍କ ଭବ୍ୟ ପୂଜାର ସିଧାପ୍ରସାରଣ କରିଛନ୍ତି ଉକ୍ତ ପୂଜା କମିଟି।
କେବଳ ଏତିକି ନୁହେଁ ଏଠାରେ ହୋଇଥିବା ସମସ୍ତ ପୂଜାବିଧି ଓ କର୍ମ ସରକାରଙ୍କ ଦ୍ଵାରା ପ୍ରଦପ୍ତ କୋଭିଡ ନିୟମ ଅନୁଯାୟୀ ହୋଇଥାଏ ଏବଂ ସଂଧ୍ୟା ସମୟରେ ମା ଦୁର୍ଗାଙ୍କର ଭବ୍ୟ ଆଳତିର ସିଧପ୍ରସାରଣ କରାଯାଇଥାଏ ବୋଲି ଅବଗତ କରିଛନ୍ତି କମିଟିର ସମ୍ପାଦକ ମନେନ୍ଦ୍ର ଦାଶ।

ଏହି ଲିଙ୍କ କୁ କ୍ଲିକ କରନ୍ତୁ ଏବଂ ମା ଙ୍କ ପୂଜାର୍ଚ୍ଚନା ଦେଖନ୍ତୁ :

https://www.youtube.com/watch?v=Fk1DBCs7AIA&t=3102s

 

Also Read  Second Installment of Subhadra Yojana money today