ସାଥୀ ହୋଇ ରାଜନୀତି କରୁଥିଲେ : ବାହା ହେବେ ଅଳ୍ପ ବୟସର ମେୟର, ଭାରତର କେଉଁଠି ଜାଣନ୍ତୁ …?

0
783

ଥିରୁଭନନ୍ତପୁରମ: ସାଥୀ ହୋଇ ରାଜନୀତି କରୁଥିଲେ। ଏବେ ପରସ୍ପର ସାଥୀ ହୋଇ ବାଟ ଚାଲିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରେମିକା ଜଣକ ଭାରତର ସବୁଠୁ ଅଳ୍ପ ବୟସର ମେୟର ହୋଇଥିବା ବେଳେ ତାଙ୍କ ଭାବି ସ୍ୱାମୀ ମଧ୍ୟ ଜଣେ ତରୁଣ ବିଧାୟକ। ତେବେ କେରଳର ଏହି ତରୁଣୀ ମେୟର ଜଣକ ହେଉଛନ୍ତି ଆର୍ଯ୍ୟ ରାଜେନ୍ଦ୍ରନ୍‌। କେରଳର ବାଲୁସ୍‌ସେରିୟ ଆସନରୁ ବିଧାୟକ ଥିବା ସଚ୍ଚିନ୍‌ ଦେଭଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଛି। ରବିବାର ଥରୁଭନ୍ନନ୍ତପୁରମର ଏକେଜି ସେଣ୍ଟରରେ ଉଭୟଙ୍କର ନିର୍ବନ୍ଧ ଉତ୍ସବ ସରିଛି ।

mayor mla

ଏହି କାର୍ଯ୍ୟକ୍ରମରେ ଉଭୟଙ୍କର ପରିବାର ସଦସ୍ୟଙ୍କ ସହ ସମ୍ପର୍କୀୟ ଏବଂ ଦଳୀୟ କର୍ମୀମାନେ ଯୋଗ ଦେଇଥିଲେ। ରାଜନୀତୀରେ ପାଦ ଥାପି ଭାରତର ସବୁଠାରୁ କମ୍‌ ବୟସର ମେୟର ହେବାରେ ଗୌରବ ଲାଭ କରିଛନ୍ତି  ଆର୍ଯ୍ୟ ରାଜେନ୍ଦ୍ରନ୍‌।  ସେହିପରି ସଚ୍ଚିନ୍‌ ଦେବ ହେଉଛନ୍ତି କେରଳର ସବୁଠାରୁ କମ୍‌ ବୟସର ଯୁବ ବିଧାୟକ। ମାତ୍ର ୨୧ ୧ବର୍ଷ ବୟସରେ ମେୟର ଦାୟିତ୍ୱ ନେଇଥିଲେ ଆର୍ଯ୍ୟ ରାଜେନ୍ଦ୍ରନ୍‌। ଏହି ପଲିଟିକାଲ ଯୋଡ଼ି ଗତ ମାସରେ ବିବାହ ପାଇଁ ଘୋଷଣା କରିଥିଲେ।

କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ସିପିଆଇ)ରେ ବାଳସଙ୍ଗଠନରେ କାମ କରୁଥିବା ବେଳେ ଉଭୟ ପରିଚିତ ହୋଇଥିଲେ। ଛାତ୍ର ଜୀବନରେ ଉଭୟେ ଗୋଟିଏ ରାଜନୈତିକ ଦଳରେ ଯୋଡ଼ି ହୋଇ ପ୍ରେମ ସମ୍ପର୍କରେ ବାନ୍ଧି ହୋଇ ଥିଲେ। ରାଜନୀତି କ୍ୟାରିଅରରେ ସଫଳ  ହୋଇଥିବା ଏହି ଯୋଡ଼ି ଏବେ ସାତଜନମର ସାଥୀ ହୋଇ ଚାଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି।  ଉଭୟଙ୍କ ବିବାହ ଆସନ୍ତା ମାସରେ ହେବ। ଏହି ଯୋଡ଼ିଙ୍କୁ ସିପିଆଇ ଦଳ ପକ୍ଷରୁ  ଶୁଭେଚ୍ଛା ଓ ଶୁଭକାମନା ଜଣାଯାଇଛି।

Also Read  Tusker dies of injury at Udaygiri forest