ବିଧାନସଭା ସମାଚାର ୟୁ ଟ୍ୟୁବ ଚ୍ୟାନେଲ ଆରମ୍ଭ , ମାର୍ଚ୍ଚ ୩୧ ପୂର୍ବରୁ ବସିବ ବିଧାନସଭା ବଜେଟ ଅଧିବେଶନ: ବାଚସ୍ପତି

0
461
Opposition Stages Walkout During Guv's Address In Odisha Assembly
Opposition Stages Walkout During Guv's Address In Odisha Assembly

ଭୁବନେଶ୍ୱର: ବିଧାନସଭା ସମାଚାର ୟୁ ଟ୍ୟୁବ ଚ୍ୟାନେଲ ଗତକାଲି ଆରମ୍ଭ ହୋଇଛି। ଏହାସହ ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ଆରମ୍ଭ ହେବ। ବିଧାନସଭା ସଂକ୍ରାନ୍ତୀୟ ସମସ୍ତ ଖବର ପ୍ରସାରଣ ହେବ। ପରବର୍ତ୍ତୀ ମୁହୂର୍ତ୍ତରେ ବିଧାନସଭା ଟିଭି ଆରମ୍ଭ ହେବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।   ମାର୍ଚ୍ଚ ୩୧ ତାରଖରୁ ପୂର୍ବରୁ ବସିବ ବିଧାନସଭା ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅନୁମୋଦନ ଆସିବା ପରେ ବିଧିବଦ୍ଧ ତାରିଖ ଘୋଷଣା ହେବ ବୋଲି ବାଚସ୍ପତି କହିଛନ୍ତି ।

କେନ୍ଦ୍ର ସରକାର ବିଧାନ ପରିଷଦ ଗଠନ ନେଇ ବିଧାନସଭା ପକ୍ଷରୁ ଲେଖା ଯାଇଥିବା ଚିଠିର ଉତ୍ତର ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସେ କହିଛନ୍ତି, ଚିଠି ବିଧାନସଭାରେ ପହଞ୍ଚିବା ପରେ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦିଆଯାଇଛି। ବିଧାନପରିଷଦ ଗଠନ ନେଇ କଣ ପ୍ରକ୍ରିୟା ରହିବ ସେ ନେଇ ଚିଠିରେ ଉଲ୍ଲେଖ ରହିଛି। ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ବିଧାନସଭା ପରିଷଦ ଗଠନ ନେଇ କିଛି ପ୍ରସ୍ତାବ ଆସିନଥିବା ସଂସଦରେ ଉତ୍ତର ରଖିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ । କେଉଁ ପରିସ୍ଥିତିରେ ଭୁଲ ଉତ୍ତର ରଖାଗଲା ସେ ନେଇ ବିଧାନସଭା ପକ୍ଷରୁ ୨ଟି ଚିଠି ଲେଖାଯାଇଥିଲା। ଏହାର ଉତ୍ତର କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି।

 

Also Read  ରାଜ୍ୟରେ ପୁଣି ବଢ଼ିବ ତାତି ଓ ଗୁଳୁଗୁଳି; ଆସନ୍ତା ୨୪ ଘଣ୍ଟାରେ ୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା