ଅଭିନେତା ଶ୍ରୀତମ ବିଜେପିର କଟକ ମେୟର ପ୍ରାର୍ଥୀ

0
1407

କଟକ : କଟକ ପାଇଁ ବିଜେପି ଆଜି ତା’ର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଅଭିନେତା ଶ୍ରୀତମ ଦାସଙ୍କୁ ଦଳ ଏଠାରେ ମେୟର ପ୍ରାର୍ଥୀ କରିଛି। ଦଳର କଟକ ନଗର ସଭାପତି ତାଙ୍କ ନାଁ ଘୋଷଣା କରିଛନ୍ତି।

ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ଶ୍ରୀତମ ଦାସଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି। କଟକରୁ ମେୟର ପ୍ରାର୍ଥୀ ଭାବେ ସେ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ। ଶ୍ରୀତମ ଦାସ ୨୦୧୪ ମସିହାରେ ବିଜେପିରେ ଯୋଗ ଦେଇଥିଲେ। ଏହାପରେ ଦୀର୍ଘଦିନ ଧରି ବିଜେପିରେ ସକ୍ରିୟ ଅଛନ୍ତି। ନିର୍ବାଚନ ପ୍ରଚାର ସମୟରେ ସେ ବିଜେପିର ଷ୍ଟାର୍ ପ୍ରଚାରକ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି। ଏହାଛଡ଼ା ସେ ଓଡ଼ିଆ ସିନେ ଆର୍ଟିଷ୍ଟ ଆସୋସିଏସନର ବି ସଂପାଦକ ଅଛନ୍ତି।

ଅନ୍ୟପକ୍ଷରେ ବିଜେଡି କଟକରୁ ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କୁ ମେୟର ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଗିରିବାଳା ବେହେରାଙ୍କୁ ପ୍ରାର୍ଥୀ କରିଛି। ଗତ ୩ ତାରିଖରେ କଂଗ୍ରେସ ପ୍ରଥମେ ଏଠାରୁ ତା’ର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏହାର ଦୁଇ ଦିନ ପରେ ଅର୍ଥାତ୍ ଗତକାଲି ବିଜେଡି ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିଲା।

Also Read  କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିଲା : ଆପ ଓ ଖଲିସ୍ତାନ ଫର ଜଷ୍ଟିସ ମଧ୍ୟରେ ବାର୍ତ୍ତାଳପର ଯାଞ୍ଚ ହେବ