ଅଶାନ୍ତ ସମୁଦ୍ର ଭିତରେ ଓଲଟିଲା ମାଛ ବୋଝେଇ ଡଙ୍ଗା, ଜୀବନ ସହ ସଂଘର୍ଷ କରି କୂଳକୁ ଫେରିଲେ ମତ୍ସ୍ୟଜୀବୀ

0
106
boat-capsized-in-the-sea-at-bramhapur

ବ୍ରହ୍ମପୁର: ଅଶାନ୍ତ ସମୁଦ୍ର ମଧ୍ୟରେ ଓଲଟିପଡିଲା ଡଙ୍ଗା । ଅଳ୍ପକେ ବର୍ତ୍ତିଗଲେ ୧୫ରୁ ୨୦ ମତ୍ସ୍ୟଜୀବୀ । ସମ୍ଭାବ୍ୟ ବାତ୍ୟାକୁ ଯୋଗୁଁ ସମୁଦ୍ର ଅଶାନ୍ତ ରହିବା ଫଳରେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ବି ପ୍ରଶାସନ ଓ ସରକାରଙ୍କ ନିୟମକୁ ବେଖାତିର କରି ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ ମତ୍ସ୍ୟଜୀବୀ । ସୋମବାର ସକାଳୁ ଆର୍ଯ୍ୟପଲ୍ଲୀ ଅଂଚଳର ମତ୍ସ୍ୟଜୀବୀ ମାନେ କିଛି ଡଙ୍ଗା ମାଧ୍ୟମରେ ସମୁଦ୍ରକୁ ମାଛ ମାରିବା ନିମନ୍ତେ ଯାଇ ବହୁ ଅସୁବିଧାର ସମ୍ମୁଖିନ ହୋଇଥିବା ଦେଖିବାକୁ ମିଳିଛି ।

ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ସମୁଦ୍ର ଭିତରକୁ ମାଛ ମାରିବା ନିମନ୍ତେ ଯାଇଥିବା ମତ୍ସ୍ୟଜୀବୀ ମାନେ ଅପରାହ୍ନ ୨ ଟା ବେଳେ ହଠାତ୍ ସମୁଦ୍ର ଅଶାନ୍ତ ହେବା ଫଳରେ ସେମାନେ ସାଙ୍ଗରେ ନେଇ ଯାଇଥିବା ଡଙ୍ଗାଟି ହଠାତ୍ ଓଲଟି ପଡିଥିଲା । ଯାହା ଫଳରେ ସମୁଦ୍ର ଭିରତରକୁ ପ୍ରବେଶ କରିଥିବା ମତ୍ସ୍ୟଜୀବୀ ମାନେ ଭୟଭୀତ ହୋଇ ପଡିଥିଲେ । ଏହି ମତ୍ସ୍ୟଜୀବୀ ମାନେ ନିଜ ଜୀବନ ବଂଚାଇବା ନିମନ୍ତେ ବିଭିନ୍ନ ସଂଘର୍ଷ କରିବା ସହ ୨୦୦ ମିଟର ଦୂରରେ ଥିବା ଜେଟି ନିକଟକୁ କିପରି ସୁରକ୍ଷିତ ଭାବେ ଆସିବେ ସେ ନେଇ ପ୍ରାଣପଣେ ଉଦ୍ୟମ ଜାରି ରଖିଥିଲେ । ତେବେ ପ୍ରାୟ ଏକ ଘଣ୍ଟାର ସଙ୍ଘର୍ଷ ପରେ ସମସ୍ତ ମତ୍ସଜୀବୀ ପହଁରି ପହଁରି ସୁରକ୍ଷିତ ଭାବେ କୂଳରେ ପହଞ୍ଚିଥିଲେ। ଦୁଇରୁ ତିନି ଜଣ ମତ୍ସ୍ୟଜୀବୀ ସାମାନ୍ୟ ଆହତ ହୋଇଛନ୍ତି ।

Also Read  ଟିଟିଲାଗଡ଼ ୪୫.୫ ଡିଗ୍ରୀ ସହ ସାଜିଲା ସବୁଠୁ ଉତ୍ତପ୍ତ ସହର; ୨୧ଟି ସହରରେ ତାତି ୪୦ ଡିଗ୍ରୀ ଉପରେ

LEAVE A REPLY

Please enter your comment!
Please enter your name here