ଦୃଶ୍ୟମାନ ହେଲା ବାତ୍ୟା ‘ଅସାନି’ର ଆଖି; ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦ କି.ମି ଦୂରରେ ବାତ୍ୟା

0
224
eye of the cyclone ‘Asani’ were visible

ଭୁବନେଶ୍ୱର: ଦୃଶ୍ୟମାନ ହେଲା ‘ଅସାନି’ର ଆଖି । ଆଜି ସକାଳ ୯ଟାରେ ମଛଲୀପାଟନମ୍ ଡପ୍ଲର ରାଡାରରେ ଭୀଷଣ ବାତ୍ୟା ‘ଅସାନି’ର ଆଖି ଦୃଶ୍ୟମାନ ହୋଇଛି । ଏ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଫଟୋ ସହ ଟ୍ୱିଟ କରାଯାଇଛି। ଗତ ୬ ଘଣ୍ଟା ହେବ ୧୦ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଅସାନି । ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୪୯୦ କିଲୋମିଟର ଦୂରରେ ରହିଛି । ସେହିପରି ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦ କିଲୋମିଟର ଦୂରରେ ରହିଛି ।

’ଅସାନି’ ପ୍ରଭାବରେ ଆଜିଠୁ ଆସନ୍ତା ୩ ଦିନ ଧରି ୭ ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। କିଛି ଜିଲ୍ଲାରେ ଘଣ୍ଟା ପ୍ରତି ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହାକୁ ନେଇ ଉପକୂଳ ଜିଲ୍ଲାରେ ଜାରି କରାଯାଇଛି ସତର୍କ ସୂଚନା । ବଡ଼ କଥା ହେଉଛି ଓଡ଼ିଶା ସୀମା ଛୁଇଁବା ପୂର୍ବରୁ ଅସାନି ଅବପାତର ରୂପ ନେଇ ସାରିଥିବ । ଏହି ରୂପ ଧରି ଅସାନି ପୂରା ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଧିକ ରହିଛି ।

Also Read  Naveen Announces Third Phase Of Covid Financial Assistance For Street Vendors

LEAVE A REPLY

Please enter your comment!
Please enter your name here