ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ସିନ୍ଧିକେଲା ଫରେଷ୍ଟ ରେଞ୍ଜର

0
309
vigilance raid

ବଲାଙ୍ଗିର: ଶ୍ରମିକଙ୍କ ଠାରୁ ଫରେଷ୍ଟର ନେଉଥିଲେ ଲାଞ୍ଚ, ମାଡି ବସିଲା ଭିଜିଲାନ୍ସ ଟିମ୍‌ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସିନ୍ଧିକେଲା ଫରେଷ୍ଟ ବିଟ୍‌ର ଫରେଷ୍ଟର ହରିହର ସ୍ୱାଇଁ ମୋଟା ଅଙ୍କର ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ।

ଖବର ଅନୁଯାୟୀ, ଜଙ୍ଗଲ ବିଭାଗ ଅଧିନରେ କାମ କରୁଥିବା ଜଣେ ଶ୍ରମିକଙ୍କ ଠାରୁ ଲାଞ୍ଚ ନେଉଥିଲେ ଫରେଷ୍ଟର । ଶ୍ରମିକଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍‌ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସିନ୍ଧିକେଲା ଫରେଷ୍ଟ ବିଟ୍‌ର ଫରେଷ୍ଟର ହରିହର ସ୍ୱାଇଁଙ୍କୁ ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ ।

ତେବେ ଶ୍ରମିକଙ୍କ ଠାରୁ କେବଳ ଲକ୍ଷେ ଟଙ୍କା ନା ଆଉ କେତେ ଟଙ୍କା ନେଇଛନ୍ତି କି ଆଗକୁ ନେବାର ଥିଲା । ସେନେଇ ତନାଘନା କରୁଛି ଭିଜିଲାନ୍ସ ଟିମ୍‌ । ଘଟଣାର ପୁରା ତଦନ୍ତ ପରେ ହିଁ ପ୍ରକୃତ କଥା ସାମ୍ନାକୁ ଆସିବ ବୋଲି ଭିଜିଲାନ୍ସ ଟିମ୍‌ କହିଛି । ଫରେଷ୍ଟର ହରିହର ସ୍ୱାଇଁଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ସିଜ୍ କରିଛି ଭିଜିଲାନ୍ସ । ସମ୍ବଲପୁର ଭିଜିଲାନ୍ସରେ ମାମଲା ରୁଜୁ ହୋଇଥିବା ବେଳେ, ହରିହର ସ୍ୱାଇଁଙ୍କ ବିରୋଧରେ ଚାଲିଛି ତଦନ୍ତ ।

Also Read  ଅଗ୍ନିଶମ ଡିଜିଙ୍କ ନାମରେ ହ୍ବାଟସଅପରେ ଫେକ ଆକାଉଣ୍ଟ

LEAVE A REPLY

Please enter your comment!
Please enter your name here