ଯୁଦ୍ଧରେ ଜେନେଲେସ୍କିଙ୍କ ହତ୍ୟା ହୁଏ କଣ ହେବ ୟୁକ୍ରେନ ଭାଗ୍ୟ? ପଢ଼ନ୍ତୁ…..

0
441
FILE PHOTO: Ukrainian President Volodymyr Zelenskiy gestures as he speaks during a joint news conference with German Chancellor Angela Merkel following their talks at the Mariyinsky Palace in Kyiv, Ukraine August 22, 2021. Sergey Dolzhenko/Pool via REUTERS

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କେବେ ଶେଷ ହେବ ତାହା ଏବେ ଅନିଶ୍ଚିତତା ଭିତରେ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯଦି ଏହି ଯୁଦ୍ଧରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେନେଲେସ୍କିଙ୍କ ମୃତ୍ୟୁ ହୁଏ, ତାହେଲେ ଏହି ଦେଶର ଭାଗ୍ୟ କ’ଣ ହେବ? କାହା ହାତକୁ ଯିବ ୟୁକ୍ରେନ ? ରୁଷ ଅଧିନରେ ରହିବ ନା ଆଉ କିଏ ଶାସନ ଭାର ସମ୍ଭାଳିବ । ତେବେ ଆମେରିକା କହିଛି, ଯଦି ଜେନେଲେସ୍କିଙ୍କ ହତ୍ୟା ହୁଏ, ତାହେଲେ ଏହି ଦେଶର ଶାସନ ବ୍ୟବସ୍ଥା ୟୁକ୍ରେନ ହାତରେ ରହିବ । ପୂର୍ବରୁ ଏଥିପାଇଁ ଯୋଜନା ପ୍ରସ୍ତୁତ ସରିଛି ।

ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ଆମେରିକା ବୈଦେଶିକ ସଚିବ ଅଣ୍ଟୋନି ବ୍ଲିଙ୍କେନ କହିଛନ୍ତି ଯେ, ରୁଷ ଆକ୍ରମଣରେ ଯଦି ଜେଲେନସ୍କିଙ୍କ ହତ୍ୟା ହୁଏ ସେଥିପାଇଁ ୟୁକ୍ରେନ୍ ପ୍ରସ୍ତୁତ ଅଛି। ୟୁକ୍ରେନ ସରକାର ଜାରି ରହିବା ନେଇ ଯୋଜନା ମଧ୍ୟ ପ୍ରସ୍ତୁତ ସରିଛି। ଜେଲେନସ୍କିଙ୍କୁ ହତ୍ୟା ପାଇଁ ରୁଷ ଉଦ୍ୟମ କରିଆସୁଥିବା ଜେଲେନସ୍କି ବାରମ୍ବାର କହି ଆସୁଛନ୍ତି। ଏମିତିକି ପୂର୍ବରୁ ତାଙ୍କୁ ହତ୍ୟା ପାଇଁ ରୁଷ ଯୋଜନା କରିଥିବା ଜେଲେନସ୍କି ଅଭିଯୋଗ ଆଣିଥିଲେ।

ୟୁକ୍ରେନ୍‌ର କହିବା ଅନୁଯାୟୀ କିଭ୍‌ରେ ଏବେ ଶହେରୁ ଅଧିକ ଭଡ଼ାଟିଆ ସୈନ୍ୟ ବୁଲୁଛନ୍ତି। ଜେଲେନସ୍କିଙ୍କୁ ହତ୍ୟା ପାଇଁ ରୁଷ ସେମାନଙ୍କୁ ଆମଦାନୀ କରିଛି। ଏହି ଭଡ଼ାଟିଆ ସୈନ୍ୟଙ୍କୁ ୟୁକ୍ରେନ ଆତଙ୍କବାଦୀ ବୋଲି କହିଛି। ଜେଲେନସ୍କିଙ୍କ ଅଭିଯୋଗର ସତ୍ୟତାଥିବା ଥିବା ପଶ୍ଚିମ ସୁରକ୍ଷା ସୂତ୍ରରୁ ସ୍ପଷ୍ଟ କରାଯାଇଛି । ରୁଷର ଏହି ଭଡ଼ାଟିଆ ଆତଙ୍କବାଦୀମାନେ ମସ୍କୋର ଗୁପ୍ତଚର ସହ ଯୋଗାଯୋଗରେ ଅଛନ୍ତି। ଏହି ଗୁପ୍ତଚର ଏବଂ ଆତଙ୍କବାଦୀମାନେ ୟୁକ୍ରେନରେ ନିୟୋଜିତ ଅଛନ୍ତି। ତେବେ ବ୍ଲିଙ୍କେନ କହିଛନ୍ତି ଯେ, ୟୁକ୍ରେନର ନେତୃତ୍ୱ ବେଶ ଉତ୍କୃଷ୍ଟ ଓ ଯୋଜନା ବଦ୍ଧ। ମୁଁ ମଧ୍ୟ ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନାନା କାଛି। ସେ କହିଛନ୍ତି ଯେ, ବର୍ତ୍ତମାନର ଶାସନ ବ୍ୟବସ୍ଥାକୁ ଜାରି ରଖିବା ପାଇଁ  ୟୁକ୍ରେନ୍ ଯୋଜନା କରି ସାରିଛି।ଗତ ସପ୍ତାହରେ ଏକ  ହତ୍ୟା ଉଦ୍ୟମରୁ ଅଳ୍ପକେ ରକ୍ଷା ପାଇ ଥିଲେ ଜେଲେନସ୍କି। ତାଙ୍କୁ ଜୀବନରୁ ମାରିଦେବା ପାଇଁ ରଚାଯାଇଥିବା ଷଡ଼ଯନ୍ତ୍ର ଫସର ଫାଟି ଥିଲା।

Also Read  ରାଜ୍ୟରେ ସାଢ଼େ ୩ ହଜାର ଟପିଲା କରୋନା : ଖୋର୍ଦ୍ଧାରେ ସଂକ୍ରମଣ ହଜାରେ ପାର

LEAVE A REPLY

Please enter your comment!
Please enter your name here