ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ କଂଗ୍ରେସର ଘୋଷଣା : କିଏ ଏହି ମଞ୍ଜୁ ରଥ ଜାଣନ୍ତୁ… ?

0
532
ମଞ୍ଜୁ ରଥ
ମଞ୍ଜୁ ରଥ

ବ୍ରହ୍ମପୁର : ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଗତ ବିଳମ୍ବିତ ରାତିରେ କଂଗ୍ରେସ ତାର ବ୍ରହ୍ମପୁର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସାମାଜସେବୀ ତଥା ଉଚ୍ଚଶିକ୍ଷିତା ମଞ୍ଜୁ ରଥଙ୍କୁ ଦଳ ମେୟର ପ୍ରାର୍ଥୀ କରିଛି। ଆଜି ନାମାଙ୍କନର ଶେଷ ଦିନରେ ସେ ପ୍ରାର୍ଥୀପତ୍ର ଦାଖଲ କରିବେ। ସେ ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଧର୍ମପତ୍ନୀ।

ପୂର୍ବରୁ ବିଜେଡି ଓ ବିଜେପି ତାର ମେୟର ପ୍ରାର୍ଥୀ ଘୋଷଣା କରି ସାରିଛି। ଭାରତୀୟ ଜନତା ପାର୍ଟି (ବିଜେପି)  ବ୍ରହ୍ମପୁର ମହାନଗର ନିଗମ (ବିଏମସି) ମେୟର୍‌ ପଦବି ପାଇଁ ଡ. ସବିତା ସୁଆରଙ୍କୁ ନିଜର ପ୍ରାର୍ଥୀ କରିଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଭାରତୀୟ ପାର୍ଟି ଆଜି ବ୍ରହ୍ମପୁର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଭାବେ ଡ. ସବିତା ସୁଆରଙ୍କ ନାମ ଘୋଷଣା କରିଛି।

ସୂଚନା ମୁତାବକ, ଆସନ୍ତା ୨୪ ତାରିଖ ପଡିବ ପୌର ନିର୍ବାଚନ ଭୋଟ। ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ୱର,କଟକ ଓ ବ୍ରହ୍ମପୁର ପାଇଁ ହେବ ଭୋଟ୍। ଏଥିପାଇଁ ମାର୍ଚ୍ଚ ୨ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଆଜି ସରୁଛି।ଆସନ୍ତା ୯ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଆସନ୍ତା ୧୪ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି। ୨୬ ତାରିଖରେ ଗଣତି ହେବ।

Also Read  Odisha: Naveen reviews post-cyclone situation in Kendrapara