ଶ୍ରୀମନ୍ଦିରରେ ରକ୍ତଛିଟା : ନୀତିରେ ସାମାନ୍ୟ ବିଳମ୍ବ

0
539

ପୁରୀ : ପୁରୀ ଶ୍ରୀମନ୍ଦିରରେ ରକ୍ତଛିଟା ପଡ଼ିଥିବାରୁ ନୀତିରେ ସାମାନ୍ୟ ବିଳମ୍ବ ହୋଇଛି। ଭିତରକାଠ ନିକଟରେ ରକ୍ତଛିଟା ଦେଖିବା ପରେ ଶ୍ରୀଜିଉଙ୍କର ମହାସ୍ନାନ ହୋଇଛି।  ମହାସ୍ନାନ ନୀତି ସମ୍ପୂର୍ଣ୍ଣ ହେବା ପରେ ପୁଣି ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଇଛି ।

ମହାପ୍ରଭୁଙ୍କ ବେଶ ସମୟରେ ରକ୍ତଛିଟା ଦେଖିବାକୁ ମିଳିଥିଲା। ଏଥିପାଇଁ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ନୀତିରେ ବିଳମ୍ବ ହୋଇଥିଲା। ଫଳରେ ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। କାଳିଆକୁ ଦର୍ଶନ କରିବା ପାଇଁ ଖରାରେ ଠିଆ ହୋଇ ରହିଥିଲେ। ପରମ୍ପରା ଅନୁସାରେ ଶୀମନ୍ଦିର ଗର୍ଭଗୃହରେ ରକ୍ତ ଛିଟା ଦେଖିଲେ ଠାକୁରଙ୍କ ମହାସ୍ନାନ ନୀତି ହୋଇଥାଏ। ତେବେ ରକ୍ତ ଛିଟା କେଉଁଠୁ ଭିରତକାଠ ନିକଟକୁ ଆସିଲା ତାହା ସ୍ପଷ୍ଟ ହୋଇନି ।

Also Read  Rains with thundershowers and hail storms to occur in some places in Coastal Odisha; MeT office