ପୌର ନିର୍ବାଚନ ପ୍ରଚାର ହୋଇପାରିବ, କେସ୍‌ ବଢ଼ିଲେ ପ୍ରଚାରରେ ଲାଗିବ କଟକଣା

0
524

ଭୁବନେଶ୍ୱର : ବିନା କୋଭିଡ କଟକଣାରେ ପୌର ନିର୍ବାଚନ ପ୍ରଚାର ହୋଇପାରିବ।`ରାଜ୍ୟରେ କୋଭିଡ ପଜିଟିଭିଟି ହାର ହ୍ରାସ ପାଇଥିବାରୁ ପୌର ନିର୍ବାଚନ ପ୍ରଚାରରେ କୌଣସ କରୋନା କଟକଣା ନାହିଁ। ସାଧାରଣ ଭାବେ ଯେମିତି ପ୍ରଚାର କରାଯାଏ, ସେମିତି ପ୍ରଚାର କରାଯାଇପାରିବ। ତେବେ ଯଦି ଆଗକୁ ରାଜ୍ୟରେ କରୋନା ସଂକ୍ରମଣ ବଢ଼େ, ତେବେ ପୁଣି କଟକଣା ଲାଗୁ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ।

ସେ କହିଛନ୍ତି,  ପ୍ରତି ପୋଲିଂ ଟିମରେ ଜଣେ ପ୍ରିଜାଇଡିଂ ଅଫିସର ଓ ୪ ପୋଲିଂ ଅଫିସର ରହିବେ। ଏଥର ପୋଲିଂ କର୍ମଚାରୀ ଚାହିଁଲେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରି ପାରିବେ। ଏଥର ମୋଟ ୧୮ଶହ ୯୯ଟି ଓ୍ୱାର୍ଡରେ ପୌର ନିର୍ବାଚଚନ ହେଉଛି।  ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୭୩୧ ଓ ୩ ମହାନଗରର ୧୬୧ଟି ଓ୍ୱାର୍ଡରେ ଭୋଟ ଗ୍ରହଣ ହେବ। ଏଥିପାଇଁ ୪ ହଜାର ୪୭୫ଟି ବୁଥ କରାଯିବ।  ୪୨ ଲକ୍ଷ ଭୋଟର ଚଳିତ ପୌର  ନିର୍ବାଚନରେ ଭୋଟ ଦେବେ।

ଆଜି ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବା ବେଳେ ଆସନ୍ତା ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଆସନ୍ତା ୧୪ ତାରିଖ ଦିନ ୩ଟା ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ। ନିର୍ବାଚନ ଇଭିଏମ୍‌ରେ ହେଉଥିବାରୁ ୩ଟି ଷ୍ଟ୍ରଙ୍ଗରୁମ ବ୍ୟବସ୍ଥା ହୋଇଛି। ଗୋଟିଏ ଷ୍ଟ୍ରଙ୍ଗ ରୁମରେ କାଉନ୍ସିଲର କିମ୍ବା କର୍ପୋରେଟରଙ୍କ ପାଇଁ ଭୋଟଗ୍ରହଣ ହୋଇଥିବା ଇଭିଏମ୍ ରଖାଯିବ।  ଅନ୍ୟ ଷ୍ଟ୍ରଙ୍ଗ ରୁମ୍‌ରେ ମେୟର ଓ ଚେୟାରମ୍ୟାନଙ୍କ ପାଇଁ ଭୋଟଗ୍ରହଣ ହୋଇଥିବା ଇଭିଏମ୍ ରଖାଯିବ।  ତୃତୀୟ ଷ୍ଟ୍ରଙ୍ଗରୁମରେ ରିଜର୍ଭ EVMକୁ ରଖାଯିବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନର।

Also Read  Cremation of bodies from outside the district shall be allowed at Swargadwar from August 16