ସୁନା ୬୦,୦୦୦ ଟଙ୍କା ଛୁଇଁପାରେ : କାହିଁକି ମହଙ୍ଗା ହେଉଛି? ଜାଣନ୍ତୁ ….

0
280

ନୂଆଦିଲ୍ଲୀ:  ଋଷ-ୟୁକ୍ରେନ ସଙ୍କଟ ମଧ୍ୟରେ ଆଜି ଭାରତୀୟ ବଜାରରେ ସୁନା ମୂଲ୍ୟରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ସୁନା ମୂଲ୍ୟ ୧.୮ପ୍ରତିଶତ ବୃଦ୍ଧି ପାଇଁ ୧୦ ଗ୍ରାମ ପ୍ରତି ୫୩,୫୦୦ ହୋଇଛି ।୨୦୨୦ ଅଗଷ୍ଟରେ ଭାରତୀୟ ବଜାରରେ ସୁନା ମୂଲ୍ୟ ୫୬,୨୦୦ ଟଙ୍କା  ପହଞ୍ଚିଥିଲା । ବୈଶିକ ବଜାରରେ ସୁନା ୧.୫% ବୃଦ୍ଧି ହୋଇ ୧,୯୯୮.୩୭ ଡଲାରରେ ପ୍ରତି ଅଂଶରେ ପହଞ୍ଚିଛି ଥିଲା, ଯାହା ୧୮ ମାସ ମଧ୍ୟରେ ସର୍ବାଧିକ ଥିଲା। ଏମିସିଏକ୍ସରେ ରୂପା ୧.୫% ବଢି ୭୦,୧୭୩ କୁ ବୃଦ୍ଧି ପାଇଛି । ତେବେ ସମସ୍ତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବାର କାରଣ ୟୁକ୍ରେନ ଓ ଋଷ ଯୁଦ୍ଧ ବୋଲି କୁହାଯାଉଛି ।

କୁହାଯାଉଛି ଯେ ଯଦି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆହୁରି ଅଧିକ ଦିନ ପର୍ଯ୍ୟନ୍ତ ହୁଏ, ତେବେ ସୁନା ମୂଲ୍ୟ ମଧ୍ୟ ଆହୁରି ବଢିବ ।  ସୁନା ଶୀଘ୍ର ୧୦ ଗ୍ରାମ ପ୍ରତି ୬୦,୦୦୦ ଟଙ୍କା ଛୁଇଁପାରେ ବୋଲି କୁହାଯାଉଛି । ଯୁଦ୍ଧ ମଧ୍ୟରେ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହେତୁ ମହଙ୍ଗା ହେବାରେ ଲାଗିଛି  ବିଭିନ୍ନ ଜିନିଷ । ଏହି କାରଣରୁ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦରଦାମକୁ ନିୟନ୍ତ୍ରଣ କରିବାକୁ ସୁଧ ହାର ବୃଦ୍ଧି କରିପାରନ୍ତି । ତେଣୁ କୁହାଯାଉଛି ଯେ, ଆରବିଆଇ ମଧ୍ୟ ସୁଧ ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇପାରେ । ଏହାର ପ୍ରଭାବ ସେୟାର ମାର୍କେଟରେ ପଡ଼ିବ । ନିବେଶକମାନେ ସେମାନଙ୍କ ନିବେଶକୁ ବଞ୍ଚାଇବା ପାଇଁ ସୁନାର ସାହାରା ନେବେ । ଏଭଳି ପରିସ୍ଥିତିରେ ସୁନାର ଚାହିଦା ମଧ୍ୟ ବୃଦ୍ଧଇ ପାଇବ ଯେଉଁଥିପାଇଁ ସୁନାର ମୂଲ୍ୟ ବୃଦ୍ଧି ହେବ । ଯେତେବେଳେ ବିଶ୍ୱ ବଜାରରେ ସେୟାର ମାର୍କେଟ ଖସିବ ସେତେବେଳେ ଯୁଦ୍ଧ ହେତୁ ବିପଦକୁ ଏଡାଇବା ପାଇଁ ନିବେଶକମାନେ ସୁନାରେ ବିନିଯୋଗ କରିବେ ।

Also Read  କୋଭିଡ୍‌ ମହାମାରୀର ଅବସାନ ଘଟିନି : ଭାରତରେ ତୃତୀୟ ଲହର ତୀବ୍ର ନହୋଇପାରେ

LEAVE A REPLY

Please enter your comment!
Please enter your name here