ପୁରୀ: ପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ଘଟଣାରେ ମୁଖ୍ୟ ଷଡଯନ୍ତ୍ରକାରୀ ବାପପୁଅଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି ପୁଲିସ । ପୂର୍ବରୁ ୬ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତ ହେଲେ ଟୁଟୁ, ହରି ପଣ୍ଡା ଓ କୁନମୁନି । କୃଷ୍ଣ ପ୍ରତିହାରୀଙ୍କୁ ଗୁଳି କରିଥିଲା ଟୁଟୁ । ସେମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ । ଏମାନେ ଗୁନ ସିଂହାରୀଙ୍କ ଭାଇ ଓ ପୁତୁରା । ୨୦୧୨ ମସିହାରେ ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ଏହି ଦୁଇ ଜଣ ଦେଇଥିଲେ ସୁପାରୀ । ପୁଲିସ କହିଛି, ୩୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ଆଉ ୨ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା ।
ପୁରୀ ଏସ୍ପିଙ୍କ ସୂଚନା ଅନୁଯାୟୀ, ଗୁନ ସିଂହାରୀ ହତ୍ୟା ମାମଲା ସହ ରହିଛି ଏହି ମାମଲାର ଲିଙ୍କ୍ । ଜାନୁଆରୀ ୧୯ରେ ଗୁନ ସିଂହାରୀ ମାମଲାର ରାୟ ପ୍ରକାଶ ପାଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଜେଲ୍ରୁ ଖଲାସ କରାଗଲା। ଏଥିଯୋଗୁ ପ୍ରତିଶୋଧ ଅଗ୍ନିରେ ଜଳୁଥିଲେ ଗୁନ ସିଂହାରୀଙ୍କ ଭାଇ କାଳିଆ ସିଂହାରୀ ଓ ତାଙ୍କ ପୁଅ ଦୋଳଗୋବିନ୍ଦ ସିଂହାରୀ କୃଷ୍ଣଚନ୍ଦ୍ରଙ୍କୁ ମାରିବାକୁ ପ୍ରସ୍ତୁତ କରିଥିଲେ ବ୍ଲୁ ପ୍ରିଣ୍ଟ ।