‘ରୁଷକୁ ଡରୁଛ ବୋଲି ମାନି ଯାଅ’: କିଛି ଏପରି କହି ନାଟୋ ଦେଶକୁ ଟାର୍ଗେଟ କଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି

0
425
zelensky-said-nato-openly-say-scared-of-russia

କିଭ୍‌: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ମହାଯୁଦ୍ଧ । ଦୀର୍ଘ ୨୭ ଦିନ ହେବ କ୍ରମାଗତ ଆକ୍ରମଣ ଫଳରେ ୟୁକ୍ରେନର ମୁଖ୍ୟ ସହର ଗୁଡିକ ଧ୍ୱଂସ ସ୍ତୁପରେ ପରିଣତ ହୋଇସାରିଲାଣି। ଭୟଙ୍କର ଯୁଦ୍ଧ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ନିଜ ଦେଶକୁ ବଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ନିଜ ଦେଶର ସ୍ୱାଧୀନତାକୁ ବଜାୟ ରଖିବାକୁ ଅନ୍ୟ ଦେଶ ମାନଙ୍କ ଆଗରେ ଅନେକ ହାରି ଗୁହାରି ହେଉଛନ୍ତି । ଏଭଳି ସ୍ଥିତିରେ ନାଟୋ ଦେଶମାନଙ୍କ ଉପରେ ବର୍ଷିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି ।

‘ନିଜ ପକ୍ଷ ସ୍ପଷ୍ଟ କରୁ ନାଟୋ । ଆମକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ଅଛି ନା ନାହିଁ ସେ ସମ୍ପର୍କରେ ଖୋଲାଖୋଲି କହୁ ନାଟୋ । କାରଣ ନାଟୋ ରୁଷକୁ ଡରୁଛି, ଆଉ ଏହା ହିଁ ପ୍ରକୃତ ସତ । ଏଥିରେ ଲୁଚାଇବାର କିଛି ନାହିଁ ।’ ଦୀର୍ଘ ଦିନ ହେବ ନାଟୋ ସଦସ୍ୟତା ପାଇଁ ଅପେକ୍ଷା କରିଥିବା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଶୁଣାଇ ଦେଇଛନ୍ତି ଏପରି ଚରମ ବାଣୀ। ନାଟୋ ଆମକୁ ସ୍ୱୀକାର କରୁ, ନହେଲେ ଖୋଲାଖୋଲି କହୁ ଯେ ଆମକୁ ନାଟୋରେ ସାମିଲ କରିବ ନାହିଁ । କିଛି ଏପରି କହି ନାଟୋ ଦେଶକୁ ଟାର୍ଗେଟ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।

Also Read  Ukraine Rescue Plane Hijack Statement: A Hoax