କରୋନା ପରେ ଚୀନରେ ଚିହ୍ନଟ ହେଲେ ଆଉ ଏକ ନୂଆ ଭାଇରସ !

0
121

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଏବେ ଆଉ ଏକ ନୂଆ ଭାଇରାସ ବା ଭୂତାଣୁ ବିଶ୍ୱକୁ ଟେନସେନ ଦେଇପାରେ। ବୈଜ୍ଞାନିକମାନେ ପୁଣି ଥରେ ଏକ ନୂଆ ଭାଇରସ ପାଇଛନ୍ତି, ଯେଉଁଥିପାଇଁ ୩୫ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ବିଶେଷ କଥା ହେଉଛି ଏହି ଭାଇରାସ ଚାଇନାରେ ଦେଖିବାକୁ ମିଳିଛି। ଯେଉଁଠାରେ କରୋନା ଜୀବାଣୁ ପ୍ରଥମେ ଚିହ୍ନଟ ହୋଇଥିଲେ।

ତାଇୱାନର ବୈଜ୍ଞାନିକଙ୍କ ଦାବି ଅନୁଯାୟୀ, ଜୁନୋଟିକ୍ ଲଙ୍ଗିଆ ନାମକ ଏହି ଭାଇରସ ଚାଇନାର ଶାଣ୍ଡୋଙ୍ଗ ଏବଂ ହେନାନ ପ୍ରଦେଶରେ ଦେଖିବାକୁ ମିଳିଛି। କୁହାଯାଉଛି ଯେ ତାଇୱାନ ଏହି ଭାଇରସ ଉପରେ ନଜର ରଖିବା ଏବଂ ଚିହ୍ନଟ କରିବା ପାଇଁ ଏକ ନୂଆ ପଦ୍ଧତି ଆପଣାଇବ। ଯାହାର ନାମ ନ୍ୟୁକ୍ଲିକ୍ ଏସିଡ୍ ପରୀକ୍ଷା ପଦ୍ଧତି ନାମରେ ନାମିତ ହୋଇଛି।

ଏହି ଭୂତାଣୁ ବା ଭାଇରସ ପଶୁମାନଙ୍କଠାରୁ ମଣିଷ ପର୍ଯ୍ୟନ୍ତ ମଧ୍ୟ ବ୍ୟାପିପାରେ। ତାଇୱାନର ସିଡିସି ଡେପୁଟି ଡାଇରେକ୍ଟର ଜେନେରାଲ ଚୁଆଙ୍ଗ ଜେନ-ହିସିଆଙ୍ଗ ରବିବାର କହିଛନ୍ତି ଯେ ଏକ ଅଧ୍ୟୟନ ଅନୁଯାୟୀ ମଣିଷଠାରୁ ମଣିଷ ପର୍ଯ୍ୟନ୍ତ ଏହି ଭାଇରସ ବ୍ୟାପେକି ନାହିଁ ଜଣାନାହିଁ। ତେବେ ଏହା ମଧ୍ୟ ବୈଜ୍ଞାନିକମାନେ କହିଛନ୍ତି ଯେ ମଣିଷ ମଧ୍ୟରେ ଏହି ଭାଇରସ ବ୍ୟାପିପାରେ କି ନାହିଁ ତାହା ସେ ଏପର୍ଯ୍ୟନ୍ତ ଜଣାପଡିନି ।

ଘରୋଇ ପଶୁମାନଙ୍କ ଉପରେ ହୋଇଥିବା ସିରୋଲୋଜିକାଲ୍ ସର୍ଭେ ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ ଛେଳିର ଦୁଇ ପ୍ରତିଶତ ଏବଂ କୁକୁରମାନଙ୍କ ମଧ୍ୟରୁ ୫ ପ୍ରତିଶତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସିଡିସିର ଡେପୁଟି ଡିଜି କହିଛନ୍ତି ଯେ ୨୫ଟି ବଣୁଆ ଜନ୍ତୁ ପ୍ରଜାତିର ପରୀକ୍ଷା ଫଳାଫଳରୁ ଜଣାପଡିଛି ଯେ ଏକ ଛୋଟ ମୂଷା ପରି ସ୍ତନ୍ୟପାୟୀ ପ୍ରାଣୀ ମଧ୍ୟ ଲଙ୍ଗିଆ ହେନିପାଭାଇରସ ବ୍ୟାପିପାରେ।

ବୈଜ୍ଞାନିକ ଚୁଆଙ୍ଗ କହିଛନ୍ତି ଯେ ଚାଇନାରେ ସଂକ୍ରମିତ ହୋଇଥିବା ୩୫ ଆକ୍ରାନ୍ତଙ୍କର ପରସ୍ପର ସହ ଘନିଷ୍ଠ ସମ୍ପର୍କ ନାହିଁ। ୨୬ ଜଣ ସଂକ୍ରମିତ ବ୍ୟକ୍ତିଙ୍କଠାରେ ଜ୍ୱର, ଥକାପଣ, କାଶ, ଭୋକ କମିବା, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧା ଏବଂ ବାନ୍ତି ଭଳି ଲକ୍ଷଣ ରହିଛି । ଏହା ବ୍ୟତୀତ ଯକୃତ ସମସ୍ୟା ଏବଂ କିଡନୀ ଫେଲ୍ୟୁର ଭଳି ଅଭିଯୋଗ ମଧ୍ୟ ରହିଛି।

Also Read  ବିରୋଧୀଙ୍କ ଚାପ ଆଗରେ ନଇଁଲେ ସରକାର

LEAVE A REPLY

Please enter your comment!
Please enter your name here