ଠକ ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ୯୪୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ମହିଳା ଥାନା ପୋଲିସ

0
153
940-page-charsheet-filed in -fake-doctor-ramesh-swain-case

ଭୁବନେଶ୍ୱର: ଠକ ତଥା ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ସୋମବାର ଏସ୍‌ଡିଜେଏମ୍‌ଙ୍କଠାରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । ରମେଶ ସହ ୫ ଜଣକ ବିରୋଧରେ ୯୪୦ ପୃଷ୍ଠାର ଚାର୍ଜସିଟ ଦାଖଲ କଲା ମହିଳା ଥାନା ପୋଲିସ । ଠକ ରମେଶ ସହ ଭଉଣୀ ରଶ୍ମିତା, ଦ୍ୱିତୀୟ ସ୍ତ୍ରୀ କମଳା, ସହଯୋଗୀ ବିଶ୍ୱଜିତ ଦାଶ ଓ ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକ ନାଁ ଏଥିରେ ସାମିଲ୍‌ ଅଛି ।

ମହିଳା ଥାନା ପକ୍ଷରୁ ଦାଖଲ ଚାର୍ଜସିଟ୍‌ରେ ମୋଟ ୧୦୩ ଜଣ ସାକ୍ଷୀଙ୍କୁ ରଖାଯାଇଛି । ଏମାନଙ୍କ ମଧ୍ୟରେ କେବଳ ୧୮ଜଣ ପ୍ରତାରିତ ସ୍ତ୍ରୀ ସାମିଲ ଅଛନ୍ତି । ସେମାନଙ୍କଠୁ ରେକର୍ଡ ହୋଇଥିବା ବୟାନ ମଧ୍ୟ ଦାଖଲ ହୋଇଛି । ଏହାବାଦ୍‌ ରମେଶଙ୍କ ଠକାମୀର ଶିକାର ଡ୍ରାଇଭର, କର୍ମଚାରୀ, କେନ୍ଦ୍ରାପଡ଼ା ବାସିନ୍ଦା, କୋଲକାତାର ବ୍ୟବସାୟୀ ଓ ନକଲି ସାର୍ଟିଫିକେଟ୍‌ ପାଇଥିବା ବ୍ୟକ୍ତିବିଶେଷ ସାକ୍ଷୀ ଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି । ପାଖାପାଖି ୩୦ଟି ବ୍ୟାଙ୍କ ଆକାଉଣ୍ଟ ତଥ୍ୟ, କେନ୍ଦ୍ରାପଡ଼ା ଫାର୍ମ ହାଉସ୍‌ କାଗଜପତ୍ର, କଟକ ଓ ଢ଼େଙ୍କାନାଳ କାମାକ୍ଷାନଗରସ୍ଥିତ ଘରୋଇ କ୍ଲିନିକ୍‌ର କାଗଜପତ୍ର ସହ ଅନେକ ନକଲି ସାର୍ଟିଫିକେଟ୍‌ ଓ ଡକ୍ୟୁମେଣ୍ଟ ଦାଖଲ କରାଯାଇଛି ।

ଠକ ଡାକ୍ତର ରମେଶ ନାଁରେ ରାଜ୍ୟ ଓ ରାଜ୍ୟ ବାହାରେ ୧୬ରୁ ଅଧିକ ମାମଲା ରୁଜୁ ହୋଇଛି । 8 କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି । ରାଜ୍ୟ ଓ ରାଜ୍ୟ ବାହାରେ ୧୮ ଜଣକୁ ବିବାହ କରିଥଲା ରମେଶ । ନିଜକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଡେପୁଟି ଡ଼ାଇରେକ୍ଟର ଜେନେରାଲ ପରିଚୟ ଦେଉଥିଲା ରେମଶ । ଏପରିକି ଡାକ୍ତର ବେଶରେ କ୍ଲିନିକ ଖୋଲି ଚିକିତ୍ସା ମଧ୍ୟ କରୁଥିଲା ରମେଶ ।

Also Read  BJD launches party’s membership drive

LEAVE A REPLY

Please enter your comment!
Please enter your name here