ଏଣିକି ସ୍କୁଲ ପିଲା ପଢ଼ିବେ ବିପର୍ଯ୍ୟୟ ପରିଚାଳନା ପାଠ, ନବମ ଓ ଦଶମ ଶ୍ରେଣୀ ବହିରେ ନୂଆ ବିଷୟବସ୍ତୁ

0
185
9th-10th-student-will read-about disaster management in odisha

କଟକ: ଏଥର ନବମ ଓ ଦଶମ ଶ୍ରେଣୀ ବହିରେ ନୂଆ ବିଷୟବସ୍ତୁ । ସ୍କୁଲ ପିଲା ପଢ଼ିବେ ବିପର୍ଯ୍ୟୟ ପରିଚାଳନା ପାଠ । ବନ୍ୟା, ବାତ୍ୟା ଆଦିରୁ କିଭଳି ସୁରକ୍ଷା ପାଇବେ ସେସବୁ ଉପରେ ସେମାନେ ଶିକ୍ଷାଗ୍ରହଣ କରିବେ । ଏଥିପାଇଁ ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ୍‌ ୨୦୨୩ ରୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାଠ୍ୟକ୍ରମ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ନବମ ଓ ଦଶମ ଶ୍ରେଣୀ ବହିରେ ରହିବ ଡିଜାଷ୍ଟର ମ୍ୟାନେଜମେଣ୍ଟ ଓ ପାଣ୍ଡାମିକ୍‌ ମ୍ୟାନେଜମେଣ୍ଟ ବିଷୟବସ୍ତୁ । ଭୂଗୋଳ ଓ ଜୀବ ବିଜ୍ଞାନ ବହିରେ ଏହି ଦୁଇଟି ବିଷୟବସ୍ତୁ ରହିବ । ବିପର୍ଯ୍ୟୟ ପରିଚାଳନା ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ ସ୍ଥାନ ପାଇବ । ମହାମାରୀ ପରିଚାଳନା ଉପରେ ମଧ୍ୟ ସ୍ବତନ୍ତ୍ର ପାଠ୍ୟକ୍ରମ ସ୍ଥାନିତ କରାଯିବ । ନଵମ ଓ ଦଶମରେ ଚଳିତ ଵର୍ଷ ପଢାହେଵ ଦୁଇ ନୂଆ ଵିଷୟ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହେଲା ନୂଆ ପାଠ୍ୟକ୍ରମ । ଏନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ ।

Also Read  Launch of Trade Infrastructure for Export Scheme (TIES) 

LEAVE A REPLY

Please enter your comment!
Please enter your name here