ଶ୍ରାବଣରେ ନିଆଁବର୍ଷା, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ

0
142
heat-wave in odisha due-to-lack-of-rainfall

ଶ୍ରାବଣରେ ନିଆଁବର୍ଷା । ରାଜ୍ୟର ଅଧିକାଂଶ ସ୍ଥାନରେ ଗୁଳୁଗୁଳି । ଖରାରେ ଅସ୍ତବ୍ୟସ୍ତ ଜନଜୀବନ । ଦିନର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ । ଆଗାମୀ ୨ରୁ ୩ ଦିନ ଯାଏ ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠୁ ୩ରୁ ୪ ଡିଗ୍ରି ସେଲସିୟସ ଅଧିକ ରହିବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ଉଚ୍ଚ ଆର୍ଦ୍ରତା ଓ ସ୍ୱାଭାବିକଠୁ ଅଧିକ ଦିନ ତାପମାତ୍ରା ଯୋଗୁ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ୯ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।

ରାଜ୍ୟରେ ଜୁନ ୧ରୁ ଏଯାଏ ୫୦୮.୧ ମିମି ବର୍ଷା ହୋଇଛି । ଏହି ସମୟ ମଧ୍ୟରେ ସ୍ୱାଭାବିକ ବର୍ଷା ୫୫୦.୭ ମିମି ତୁଳନାରେ ୮ ପ୍ରତିଶତ ନିଅଣ୍ଟିଆ ବର୍ଷା । ଏଯାଏ ୨ ଜିଲ୍ଲାରେ ଅଧିକ ବର୍ଷା, ୪ ଜିଲ୍ଲାରେ ନିଅଣ୍ଟିଆ ଓ ବାକି ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ଜଣାଯାଇଛି । ଏପଟେ ଅଗଷ୍ଟ ୬ ତାରିଖରୁ ରାଜ୍ୟକୁ ଫେରିପାରେ ବର୍ଷା । ଆସନ୍ତା ୫-୬ ତାରିଖ ବେଳକୁ ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଏହା ଲଘୁଚାପରେ ପରିଣତ ହୋଇପାରେ । ପ୍ରଭାବରେ ରାଜ୍ୟରେ ୬ରୁ ୯ ତାରିଖ ଯାଏ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି ।

Also Read  4th National Theatre Festival kicks off at Bhubaneswar

LEAVE A REPLY

Please enter your comment!
Please enter your name here