ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତିଙ୍କ ଘରେ ସିବିଆଇ ରେଡ, ଘର ଏବଂ ଅଫିସ୍ ସମେତ ସ୍ଥାନରେଏକକାଳୀନ ୯ ଟି ସ୍ଥାନରେ ଚଢ଼ଉ

0
410
cbi-raids-on-nine-locations-of-karti-chidambaram

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ଘରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ)ର ରେଡ୍‌। ପୂର୍ବରୁ ଚାଲିଥିବା ବେଆଇନ୍ ଅର୍ଥ କାରବାରରେ ଆଜି ସକାଳୁ ହଠାତ ପି. ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଘର ଏବଂ ଅଫିସ୍ ସମେତ ଏକକାଳୀନ ୯ଟି ସ୍ଥାନରେ ଚଢଉ କରିଛି ସିବିଆଇ । ଆଜି ଭୋର୍‌ ୬ଟାରୁ ଏହି ରେଡ୍‌ କରାଯାଇଛି।

ଚେନ୍ନାଇ, କର୍ଣ୍ଣାଟକ, ଦିଲ୍ଲୀ ,ଓଡିଶା ସମେତ କିର୍ତ୍ତୀଙ୍କର ମୋଟ ୯ଟି ଠିକାଣା ସ୍ଥାନରେ ରେଡ ହୋଉଛି । ୨୦୧୦ରୁ ୨୦୧୪ ମସିହା ମଧ୍ୟରେ କାର୍ତ୍ତିଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଦେଶୀ ଟଙ୍କା ମାମଲାରେ ଏହି ଚଢ଼ାଉ ଚାଲିଥିବା ଜଣାପଡିଛି । ଜଣେ ବ୍ୟକ୍ତିଙ୍କଠାରୁ କାର୍ତ୍ତି ଚିଦାମ୍ବରମ ୫୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହେଉଥିବା ବେଳେ ଏହାର ବି ଖୋଳତାଡ଼ କରୁଛି ସିବିଆଇ। ତେବେ ଏହି ଚଢ଼ଉ ନେଇ ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ଟ୍ୱିଟ କରି କହିଛନ୍ତି କି ‘ଏପରି କେତେ ଥର ଚଢ଼ାଉ ହେଲାଣି ମୁଁ ଗଣିବା ଭୁଲି ଗଲିଣି। ଏହା ଏକ ରେକର୍ଡ’ ।

Also Read  Centre auctions 12 coal mines, to yield annual revenue of `3,330 cr