ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା, ପ୍ରଚାର ମଙ୍ଗ ଧରିଲେ ବିଜେଡି ସୁପ୍ରିମୋଙ୍କ ସହ ୪୦ ନେତା

0
164
brajrajnagar by-election bjd reliesed list-of-40 star-campaigners

ଭୁବନେଶ୍ୱର: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡି ଘୋଷଣା କରିଛି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା । ଉପନିର୍ବାଚନରେ ପ୍ରଚାର କରିବେ ଦଳର ଏକ ନମ୍ବର ଷ୍ଟାର କ୍ୟାମ୍ପେନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଷ୍ଟାର କ୍ୟାମ୍ପେନର ତାଲିକାରେ ଦଳ ସୁପ୍ରିମୋଙ୍କ ସହ ତାଲିକାରେ ଅଛନ୍ତି ୪୦ ଜଣ । ତେବେ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଅନେକ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ନାଁ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଚାର ମଙ୍ଗ ଧରିବେ ୮ ମନ୍ତ୍ରୀ । ତାଲିକାରେ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ପ୍ରଶନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ପ୍ରତାପ ଜେନାଙ୍କ ନାଁ ରହିଛି ।

ପାଳି ପାଳି କରି ଅନେକ ବରିଷ୍ଠ ନେତା ଓ ମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ କରିବେ ପ୍ରଚାର । ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ଅରୁଣ କୁମାର ସାହୁ, ସୀମର ରଞ୍ଜନ ଦାସ, ନବ କିଶୋର ଦାସ, ସୁଶାନ୍ତ ସିଂ, ଟୁକୁନି ସାହୁ ଓ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ସାଜିବେ ବିଜେଡିର ବ୍ରଜରାଜନଗର ଷ୍ଟାର କ୍ୟାମ୍ପେନର । ଏହାଛଡ଼ା ପ୍ରଥମ ଥର ପାଇଁ ବିଜେପୁର ବିଧାୟିକା ରୀତା ସାହୁଙ୍କୁ ଦିଆଯାଇଛି କ୍ୟାମ୍ପେନିଂ ଦାୟିତ୍ୱ ।

ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା ପ୍ରମୁଖ ଷ୍ଟାର କ୍ୟାମ୍ପେନର ତାଲିକାରେ ଅଛନ୍ତି । ସେହିପରି ସ୍ନେହାଙ୍ଗୀନି ଛୁରିଆ, ଲତିକା ପ୍ରଧାନ, ପ୍ରୀତିରଞ୍ଜନ ଘଡ଼େଇ, ଆକାଶ ଦାସନାୟକ ମୈଦାନକୁ ଓହ୍ଲାଇ ଅଳକାଙ୍କ ପାଇଁ କରିବେ ଭୋଟ୍ ଭିକ୍ଷା । ଏହି ତାଲିକାରେ ଅଧିକାଂଶ ପଶ୍ଚିମ ଓଡିଶା ନେତା ଅଛନ୍ତି। ୫ ଜଣ ମହିଳା ଷ୍ଟାର କ୍ୟାମ୍ପେନର ଭାବେ ଅଛନ୍ତି। ସେହିଭଳି ଅଭିନେତା ଆକାଶ ଦାସ ନାୟକ ଓ ଅରିନ୍ଦମ୍‌ ମଧ୍ୟ ଅଛନ୍ତି।

Also Read  ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିରୋଧରେ 1.5 କୋଟି ଟଙ୍କା ର ଠକେଇ ଅଭିଯୋଗ

LEAVE A REPLY

Please enter your comment!
Please enter your name here