ଆଫଗାନିସ୍ତାନ ରେ କର୍ମଚାରୀ ଏ ପର୍ଯ୍ୟନ୍ତ ଦରମା ପାଉନାହାନ୍ତି; ଶିକ୍ଷକ ଙ୍କୁ ଦରମା ଦେବ ୟୁନିସେଫ

0
830
ଆଫଗାନିସ୍ତାନ ରେ କର୍ମଚାରୀ ଏ ପର୍ଯ୍ୟନ୍ତ ଦରମା ପାଉନାହାନ୍ତି; ଶିକ୍ଷକ ଙ୍କୁ ଦରମା ଦେବ ୟୁନିସେଫ
ଆଫଗାନିସ୍ତାନ ରେ କର୍ମଚାରୀ ଏ ପର୍ଯ୍ୟନ୍ତ ଦରମା ପାଉନାହାନ୍ତି; ଶିକ୍ଷକ ଙ୍କୁ ଦରମା ଦେବ ୟୁନିସେଫ

ଫେବୃଆରୀ ୨୧
ଆଫଗାନିସ୍ତାନରେ ତାଲିବାନ ନେତୃତ୍ୱାଧୀନ ସରକାର ଘୋଷଣା କରିଛନ୍ତି ଯେ ସରକାରୀ ବିଦ୍ୟାଳୟର ପ୍ରାୟ ୨ ଲକ୍ଷ ଶିକ୍ଷକ ଙ୍କୁ ୟୁନିସେଫ ମାସକୁ ଶହେ ଡଲାର ଲେଖାଏଁ ଦେବାକୁ ଚିନ୍ତା କରୁଛି।

ରବିବାର ଦିନ ଶିକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଜାତିସଂଘ ଦ୍ୱାରା ଚାଳିଶ ହଜାର ରୁ ଅଧିକ ସରକାରୀ ବିଦ୍ୟାଳୟର ଶିକ୍ଷକ ଙ୍କୁ ଦୁଇ ମାସର ଦରମା ଦିଆଯାଇଛି I ଅବଶିଷ୍ଟ ଦରମା ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପ୍ରଦାନ କରାଯିବ।

ୟୁନିସେଫର ଦୁଇ ମାସ ପାଇଁ ଏହି ଦରମା ଦେବ I କିନ୍ତୁ ସରକାର ଆଶାକରିଛନ୍ତି, ୟୁନିସେଫ ଶିକ୍ଷକ ଙ୍କୁ ଦରମା ଦେବା ଜାରିରଖିବେ I

ଗତ ଅଗଷ୍ଟରେ ଯେତେବେଳେ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିଲା, ସେତେବେଳେ କେନ୍ଦ୍ରୀୟ ବ୍ୟାଙ୍କର ପ୍ରାୟ ୯ ବିଲିୟନ ଡଲାର ସମ୍ପତ୍ତି ଫ୍ରିଜ୍ ହେବା ପରେ ହଠାତ୍ ଆର୍ଥିକ ଅବସ୍ଥା ଖରାପ ହେଲା ଏବଂ ଶିକ୍ଷକଙ୍କ ସମେତ ଅନେକ କର୍ମଚାରୀ ଦୀର୍ଘ ଦିନ ପର୍ଯ୍ୟନ୍ତ ବେତନ ପାଇ ନଥିଲେ।

ମାନବିକ ବିପର୍ଯ୍ୟୟକୁ ରୋକିବା ପାଇଁ ଜାତିସଂଘ ଏଜେନ୍ସିଗୁଡ଼ିକ ସରକାରୀ ବିଭାଗ ମାଧ୍ୟମରେ ପାଣ୍ଠି ନ ଦେଇ କର୍ମଚାରୀଙ୍କ ଦରମା ଦେବାକୁ ଚେଷ୍ଟା କରିଥିଲେ।

ଏହି ସମୟରେ, ପୂର୍ବତନ ଆଫଗାନିସ୍ତାନ ସରକାରଙ୍କ ସମୟରେ ମଧ୍ୟ କମ୍ ବେତନ ପାଉଥିବା ଶିକ୍ଷକମାନେ କହିଛନ୍ତି ଯେ ତାଙ୍କର ଆର୍ଥିକ ଅବସ୍ଥା ବିଗିଡି ଯାଉଛି।

୨୮ ବର୍ଷ ଧରି ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ୪୮ ବର୍ଷର ହମିରା କହିଛନ୍ତି ଯେ ସେ ଅସୁସ୍ଥ କିନ୍ତୁ ଆର୍ଥିକ ଅବସ୍ଥା ଖରାପ ଥିବାରୁ ସେ ଡାକ୍ତର ଙ୍କ ପାଖକୁ ଯାଇ ଚିକିତ୍ସିତ ହେବା ପାଇଁ ଏବେ ଅସମର୍ଥ।

 

Also Read  Heartbreaking Visuals Of Afghan Baby Abandoned At Kabul Airport Takes Over The Internet