ପ୍ରେମିକା ମହିଳା ପୋଲିସ କନେଷ୍ଟବଳ ଙ୍କୁ ମର୍ଡର ଅଭିଯୋଗ ରେ ଗିରଫ ହେଲେ ତହସିଲଦାର

0
871
ପ୍ରେମିକା ମହିଳା ପୋଲିସ କନେଷ୍ଟବଳ ଙ୍କୁ ମର୍ଡର ଅଭିଯୋଗ ରେ ଗିରଫ ହେଲେ ତହସିଲଦାର
ପ୍ରେମିକା ମହିଳା ପୋଲିସ କନେଷ୍ଟବଳ ଙ୍କୁ ମର୍ଡର ଅଭିଯୋଗ ରେ ଗିରଫ ହେଲେ ତହସିଲଦାର

ଫେବୃଆରୀ ୨୧
ଜଣେ ମହିଳା ପୋଲିସ କନେଷ୍ଟବଳ କୁ ମର୍ଡର କରିବା ଅଭିଯୋଗ ରେ ଲଖନଉ ର ଜଣେ ତହସିଲଦାର ପଦ୍ମେଶ ଶ୍ରୀବାସ୍ତବ ଏବଂ ପତ୍ନୀଙ୍କୁ ଗିରଫ କରିଛି ପୋଲିସ I
ମହିଳା କନଷ୍ଟେବଳଙ୍କ ମୃତଦେହ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ନିକଟ ଡ୍ରେନ୍‌ରୁ ମିଳିଥିଲା।

ମହିଳା କନଷ୍ଟେବଳ ଜଣଙ୍କ ଫେବୃଆରୀ ୧୩ ରୁ ନିଖୋଜ ଥିଲେ |

ପୋଲିସର ସୂଚନାନୁସାରେ, ପଦ୍ମେଶ ପାଞ୍ଚ ବର୍ଷ ପୂର୍ବେ ଫେସବୁକରେ ମୃତ କନଷ୍ଟେବଳ ରୁଚି ସିଂଙ୍କ ସହ ବନ୍ଧୁତା କରିଥିଲେ।

ଦୁହେଁ ସଂପର୍କରେ ଥିଲେ ଏବଂ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ପରେ ରୁଚି ତାଙ୍କୁ ବିବାହ କରିବା ପାଇଁ ପଦ୍ମେଶ ଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଥିଲେ |

କଲ୍ ବିବରଣୀରୁ ଜଣାପଡିଛି ଯେ ରୁଚି ପଦ୍ମେଶ ଙ୍କୁ ଶେଷ ଥର ପାଇଁ କଲ କରିଥିଲେ ଏବଂ ପରେ ତାଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଥିଲା। ପଦ୍ମେଶ ସ୍ୱୀକାର କରିଛନ୍ତି ଯେ’ ରୁଚି ତାଙ୍କୁ ବ୍ଲାକମେଲ କରୁଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଦାବି କରୁଥିଲେ । ଯେଉଁଥି ପାଇଁ ସେ ରୁଚିଙ୍କୁ ତାଙ୍କ ଫ୍ଲାଟରେ ହତ୍ୟା କରିଥିଲେ ଏବଂ ମୃତଦେହକୁ ଡ୍ରେନରେ ଫିଙ୍ଗି ଦେଇଥିଲେ ।

ଶବକୁ ଫୋପାଡିବା ପାଇଁ ବ୍ୟବହୃତ ଗାଡିକୁ ମଧ୍ୟ ପୋଲିସ ଜବତ କରିଥିବାର ଜଣାଯାଇଛି I

Also Read  Youth arrested on charges of rape and murder attempt in Banapur, Odisha