ବଟି ନେଇ ପୁଣି ଚଢ଼ାଉ କରୁଛ କାହିଁକି ? ଏହା କହି ପୋଲିସକୁ ଗୋଡେଇ ଗୋଡେଇ ପିଟିଲେ ମଦ ବେପାରୀ

0
164
Attack on police in Balipatna

ବାଲିପାଟଣା: ବଟି ନେବା ପରେ ବି ଚଢ଼ାଉ କରୁଛ କାହିଁକି ? ଏହା କହି ପୋଲିସକୁ ପିଟିଲେ ମଦ ବ୍ୟବସାୟୀ । ବାଲିପାଟଣା ଥାନା ପୋଲିସ ନରଦା ବଜାରରେ ଚୋରା ମଦ ଜବତ କରିବାକୁ ଯାଇ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲା । ତାଙ୍କଠାରୁ ବଟି ନେଉଛ, ପୁଣି କାହିଁକି ଚଢଉ କରୁଛ ବୋଲି ପ୍ରଶ୍ନ କରିଥିଲେ । ଏହା ପରେ ପୋଲିସକୁ ଗୋଡାଇ ଗୋଡାଇ ପିଟିବା ସହ ପୋଲିସ ବିରୋଧରେ ଏକାଠି ହୋଇ ରାସ୍ତାରୋକ କରିଥିଲେ ।

ନରଦା ବଜାରରେ ଥିବା ବଳରାମ ମହାରାଣାଙ୍କ ଭେରାଇଟ୍ ଷ୍ଟୋରରେ ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗ କରି ପୋଲିସ ପ୍ରଥମେ ଚଢାଉ କରିଥିଲା । ଦୋକାନରୁ ପ୍ରାୟ ୨୨ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା । ମଦ ବ୍ୟବସାୟୀଙ୍କୁ ସମର୍ଥନ କରି ସ୍ଥାନୀୟ ଲୋକେ ପୋଲିସକୁ ମାଡ ମାରିଥିଲେ । ଫଳରେ ପୋଲିସ ସେଠାରୁ ଖାଲି ହାତରେ ଫେରିଥିଲା । ଏହା ପରେ ସ୍ଥାନୀୟ ଲୋକେ ନରଦା ବଜାରରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଆନ୍ଦୋଳନର ନେତୃତ୍ୱ ନେଉଥିବା ସମିତି ସଭ୍ୟଙ୍କ ସମେତ ୬ ଜଣଙ୍କୁ କୋର୍ଟ ଚାଲାଣି କରିଛି ପୋଲିସ ।

Also Read  Wannacry Virus: Odisha Crime Branch issues advisory on same on Monday for prevention

LEAVE A REPLY

Please enter your comment!
Please enter your name here