ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ହେପାଜତକୁ ନେଲା ଇଡି, ପାତ୍ରା ଚାଲ ଦୁର୍ନୀତି ମାମଲାରେ ଅଟକ

0
554
shiv-senas-mp sanjay-raut detain by ed-officials

ମୁମ୍ବାଇ: ଶିବସେନା ସାଂସଦ ସଞ୍ଜୟ ରାଉତ ଅଟକ । ସଞ୍ଜୟଙ୍କୁ ହେପାଜତକୁ ନେଲା ଇଡି । ମୁମ୍ବାଇର ପତ୍ରା ‘ଚଲ୍‌’ର ପୁନଃବିକାଶ କାର୍ଯ୍ୟରେ ହୋଇଥିବା ଅନିୟମିତା ପାଇଁ ସଞ୍ଜୟ ରାଉତଙ୍କୁ ଅଟକ ରଖିଲା ଇଡି । ସକାଳୁ ତାଙ୍କୁ ପଚରାଉଚରା ଜାରି ରହିଥିବା ବେଳେ ବର୍ତ୍ତମାନ ଅଟକ ରଖିଥିବା ସୂଚନା ଆସୁଛି ।

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଶିବସେନାରୁ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ମୁମ୍ବାଇ ସ୍ଥିତ ଘରେ ସକାଳେ ପହଞ୍ଚିଥିଲା। ପତ୍ରା ଚୌଲ ସ୍କାମରେ ସଞ୍ଜୟଙ୍କ ଘରେ ପହଞ୍ଚିଥିଲା ଇଡିର ୧୨ ଜଣିଆ ଟିମ୍ । ରାଓ୍ୱତ ୧୦୩୪ କୋଟି ଟଙ୍କାର ପାତ୍ରା ଚଲ୍ ଦୁର୍ନୀତି ମାମଲାରେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି । ଏହି ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସଞ୍ଜୟ ରାଉତଙ୍କୁ ଦୁଇ ଥର ସମନ ଜାରି କରିଥିଲା, କିନ୍ତୁ ସେ ହାଜର ହୋଇ ନଥିଲେ।

ସେପଟେ ସଞ୍ଜୟ ରାଉତଙ୍କ ଘରେ ଇଡିର ଚଢ଼ାଉ ସମ୍ପର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ଏହା ଏକ ଲଜ୍ଜାଜନକ ଘଟଣା, ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି ଏବଂ ତାଙ୍କ ସ୍ୱରକୁ ଦବାଇବାକୁ ଚେଷ୍ଟା କରାଯାଉଛି।

Also Read  Sony permits a month's extension to 'The Kapil Sharma Show' to get on track