ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ଜେରେମି ଲାଲନିରୁଙ୍ଗା ଭାରତକୁ ଦେଲେ ୨ୟ ସ୍ୱର୍ଣ୍ଣ, ପଦକ ସଂଖ୍ୟା ୫କୁ ବୃଦ୍ଧି

0
470
commonwealth-games-2022-jeremy-lalrinnunga-wins-gold

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ମିଳିଛି ପଞ୍ଚମ ପଦକ। ଜେରେମି ଲାଲନିରୁଙ୍ଗା ରବିବାର ପୁରୁଷ ଭାରୋତ୍ତୋଳନର ୬୭ କିଲୋ ଭାର ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଜେରେମି ସ୍ନାଚ୍‌ରେ ରେକର୍ଡ ୧୪୦ କିଲୋ ଓଜନ ଉଠାଇଥିବା ବେଳେ କ୍ଲିନ ଆଣ୍ଡ ଜର୍କରେ ୧୬୦ କିଲୋ ଓଜନ ଉଠାଇବାରେ ସଫଳ ହୋଇଛନ୍ତି। ଅର୍ଥାତ ସେ ରେକର୍ଡ ପ୍ରତିଷ୍ଠା କରି ମୋଟ୍ ୩୦୦ କିଲୋ ଓଜନ ଉଠାଇ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

ସବୁଠାରୁ ବଡକଥା ହେଉଛି କି କମନୱେଲଥ ଗେମ୍ସ ୨୦୨୨ ର ତୃତୀୟ ଦିନ ସୁଦ୍ଧା ଭାରତ ୫ ଟି ପଦକ ହାସଲ କରିଛି । ଏହାସହିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ସମସ୍ତ ପାଞ୍ଚ ପଦକ ଭାରୋତ୍ତୋଳନରୁ ମିଳିଛି। ଏହା ମଧ୍ୟରେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ମୀରାବାଈ ଚାନୁ ୪୯ କିଲୋ ଭାରୋତ୍ତଳନ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ସଙ୍କେତ ମହାଦେବ ପୁରୁଷ ୫୫ କିଲୋ ଭାରବର୍ଗ ଏବଂ ବିନ୍ଦିୟାରାମୀ ଦେବୀ ମହିଳା ୫୫ କିଲୋ ଭାର ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। ଏହା ବାଦ୍ ଗୁରୁରାଜା ପୂଜାରୀ ୬୧ କିଲୋ ଭାର ବର୍ଗରେ କାଂସ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ।

Also Read  ହସ୍ପିଟାଲରୁ ଡିସଚାର୍ଜ ହେଲା ରାହୁଲ, ୧୦୮ ଘଣ୍ଟାର ଅପରେସନ ପରେ ୬୦ ଫୁଟ ତଳୁ ଉଦ୍ଧାର ହୋଇ ଚାଲିଥିଲା ଚିକିତ୍ସା