ପୋଲିସ କବଜାରୁ ଖସି ପଳେଇଥିବା ଗୋବିନ୍ଦ ସାହୁ ଧରା ପଡିଲା

0
1029
Police arrests Govind Sahu, Prime accused in Mamita Meher Murder Case

ଅକ୍ଟୋବର ୧୯

ଧରା ପଡିଲା ଗୋବିନ୍ଦ ସାହୁ I ଅଭିଯୋଗ ଅନୁସାରେ ଗୋବିନ୍ଦ ସାହୁ ମମିତା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ I ସେ ବଲାଙ୍ଗୀର ଜିଲ୍ଲାର ବଙ୍ଗମୁଣ୍ଡା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗାଁ ରେ ଥିବା ଗୋଟିଏ ଆଖୁ ବାଡ଼ି ରେ ଲୁଚିଥିଲା I
ଗାଁ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ପୋଲିସ ଆସି ତାକୁ ଗିରଫ କରିଛି I
ମମିତା ନିଖୋଜ ହେବା ରେ ତାର ସମ୍ପୃକ୍ତି ଥିବା ନେଇ ମମିତା ଙ୍କ ପରିବାର ଅଭିଯୋଗ କରିଥିଲେ I ୧୪ ତାରିଖରୁ ପୋଲିସ ତାକୁ ଧରି ଆଣି ପଚରାଉଚୁରା କରୁଥିଲା I ଅଟକ ଥିବା ଅବସ୍ଥାରେ ସେ ଗତ ରବିବାର ରାତି ରେ ବାଥ ରୁମ ଯିବା ବାହାନା ରେ ଖସି ପଳାଇଥିଲା I
ପୋଲିସ କବଜା ରୁ ଖସି ଯିବା ପରେ, ପୋଲିସ କୁ ବହୁ ସମାଲୋଚନା ର ଶିକାର ହେବାକୁ ପଡିଥିଲା I ପରେ, ତାକୁ ଧରିବା ପାଇଁ ପୁଲିସ୍ ତିନୋଟି ଟିମ୍ ଗଠନ କରି ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥିଲା।

ଶେଷରେ, ଆଜି ପୋଲିସ ତାକୁ ମୋଷ୍ଟ ୱାଣ୍ଟେଡ ବୋଲି ଘୋଷଣା କରିବା ସହ, ତା ସମ୍ପର୍କରେ ଯିଏ ଖବର ଦେବ ତାକୁ ଏକ ଲକ୍ଷ ତାଙ୍କର ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲା I
ଏହା ଘୋଷଣା କରିବା ପରେ ପରେ ପୁଲିସ କବଜାକୁ ଆସିଛି ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ।

ଘଟଣାରୁ ପ୍ରକାଶ, ମମିତା ଅକ୍ଟୋବର ୮ ତାରିଖରୁ ନିଖୋଜ ହେଇଯାଇଥିଲେ I ଏହାକୁ ନେଇ ତାଙ୍କ ପରିବାର ତରଫରୁ ଥାନା ରେ ଏଫ ଆଇ ଆର କରାଯାଇଥିଲା I ସ୍କୁଲ ପ୍ରେସିଡେଣ୍ଟ ଗୋବିନ୍ଦ ସାହୁ ର ଏଥିରେ ସମ୍ପୃକ୍ତି ଥିବା ନେଇ ପରିବାର କହିଥିଲେ I
ଆଜି ପୋଲିସ ମହାଲିଙ୍ଗର ନିର୍ମାଣାଧୀନ ଷ୍ଟାଡିୟମ ର ଗୋଟିଏ ସ୍ଥାନରେ ଖୋଲିବା ପରେ ଜଣେ ମହିଳା ଙ୍କ ମୃତ ଶରୀର ପାଇଥିଲା I ଏଥିସହ ପାଉଁଜି, ସୁନା ଚେନ୍‌ ଓ ବ୍ୟାଗ ମିଳିଥିଲା।

ଏ ସବୁ ସାମଗ୍ରୀ ମମିତାର ବୋଲି ପରିବାର ଲୋକେ କହିଛନ୍ତି । ଅନ୍ୟପକ୍ଷରେ, ଯେଉଁ ନିର୍ମାଣାଧୀନ ଷ୍ଟାଡିୟମ ପଡିଆ ରୁ ମୃତ ମହିଳା ଜଣଙ୍କ ଶରୀର ମିଳିଲା, ସେହି ଷ୍ଟାଡିୟମ୍‌ ନିର୍ମାଣ କରିବାର ଦାୟିତ୍ୱ ନେଇଥିଲା ଗୋବିନ୍ଦ। ତେଣୁ, ଗୋବିନ୍ଦ ମମିତା କୁ ମାରି ଏହିଠାରି ପୋତିଦେଇଥିଲା ବୋଲି ସଂଦେହ କରାଯାଉଛି I

Also Read  Odisha to release 5th phase Subhadra Yojana assistance on March 6