ଓଡ଼ିଆ ରେ ପଢନ୍ତୁଦେଶ ବିଦେଶ ବଲିଉଡ ବାଦଶାହଙ୍କ ଆଲିସାନ ବଙ୍ଗଲାରେ ପଶିଲା ଏନସିବି : ଆରୟନଙ୍କ ପରେ ଅନନ୍ୟାଙ୍କୁ ସମନ By Nrusingh Maharana - October 21, 2021 0 735 FacebookTwitterPinterestWhatsApp ବଲିଉଡ ବାଦଶାହଙ୍କ ଆଲିସାନ ବଙ୍ଗଲା ମୁମ୍ବାଇ, ୨୧ା୧୦: ବଲିଉଡର ବାଦଶାହଙ୍କ ଆଲିସାନ ବଙ୍ଗଲା ମନ୍ନତରେ ପଶିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) । କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇ ଦୀର୍ଘ ଦିନ ହେବ ଜେଲ୍ରେ ଥିବା ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କୁ ଭେଟି ଘରକୁ ଯିବା ପରେ ଏନସିବିର ଏକ ଟିମ ତାଙ୍କ ଘରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ସାମ୍ନାକୁ ଆସିଛି। ଏଥିସହ ଏନସିବି ଅଧିକାରୀ ତନ୍ନ ତନ୍ନ କରି ମନ୍ନତକୁ ଯାଞ୍ଚ କରୁଥିବା ଜଣାଯାଇଛି। ଅନ୍ୟପକ୍ଷରେ, ମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଏବେ ଷ୍ଟାର କିଡଙ୍କ ପାଇଁ ମହଙ୍ଗା ପଡ଼ିଛି। ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କ ପରେ ଏବେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ପହଞ୍ଚିଛି ଏନସିବି। ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କଠାରୁ କିଛି ସୂଚନା ପାଇ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଅନନ୍ୟାଙ୍କୁ ସମନ ପଠାଇଛି ଏନସିବି। ଏହା ସହ ତାଙ୍କୁ ଆଜି ଦିନ ୨ଟାରେ ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇଛି। ଅନନ୍ୟା ହେଉଛନ୍ତି ବଲିଉଡ୍ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ। ସେ ୨୦୧୯ ମସିହାରେ ‘ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର-୨’ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ। ଏନସିବି ବର୍ତ୍ତମାନ ଚଙ୍କି ପାଣ୍ଡେଙ୍କ ଖାର ୱେଷ୍ଟସ୍ଥିତ ବାସଭବନରେ ପହଞ୍ଚି ଖୋଳତାଡ଼ କରିଛି। ଉଲ୍ଲେଖଯୋଗ୍ୟ, ଅନନ୍ୟାଙ୍କ ମୋବାଇଲ୍ ଫୋନ୍ ଏନସିବି ଆଗରୁ ଜବତ କରିନେଇଛି। ଗତକାଲି ଆରୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଚାଲିଥିବା ବେଳେ ଏନସିବି ପକ୍ଷରୁ କୁହାଯାଇଥିଲା ଯେ, କ୍ରୁଜ ଡ୍ରଗ୍ସ ପାର୍ଟିରେ ଆରୟନ ଖାନ ବଲିଉଡର ଜଣେ ଅଭିନେତ୍ରୀଙ୍କ ସହିତ ଚାଟ କରିଥିଲେ ବୋଲି ପ୍ରମାଣ ଏନସିବି ହାତରେ ଲାଗିଛି। ଏହି ଚାଟରେ ଆରୟନ ବଲିଉଡ ଅଭିନେତ୍ରୀଙ୍କ ସହିତ ନିଶା କାରବାରକୁ ନେଇ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ତେବେ ଆଜି ଏନସିବି ଅନନ୍ୟାଙ୍କୁ ସମନ ପଠାଇବା ପରେ ଆରୟନ ଚାଟ୍ କରିଥିବା ଅଭିନେତ୍ରୀ ଅନନ୍ୟା ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। Also Read Making Shah Rukh, Salman to dance together is difficult: Mika