ରାଜ୍ୟରେ ଶିଶୁମାନେ ବିନା ଛୁଞ୍ଚିରେ ନେବେ ଟିକା !

0
551
ଏଯାଏ ୪୧ ଲକ୍ଷ ପ୍ରଥମ ଡୋଜ ନେଇନାହାନ୍ତି
ଏଯାଏ ୪୧ ଲକ୍ଷ ପ୍ରଥମ ଡୋଜ ନେଇନାହାନ୍ତି

ଭୁବନେଶ୍ୱର, ୨୨ା୧୦: ଶିଶୁମାନେ ବିନା ଛୁଞ୍ଚିରେ ଟିକା ନେଇପାରନ୍ତି । ଶିଶୁମାନେ କୋଭାକ୍ସିନ ଭ୍ୟାକ୍ସିନ ନେଲେ ଦୁଇଟି ଡୋଜ ଓ ଜାଇପର ଡି ଟିକା ନେଲେ ତିନୋଟି ଡୋଜ୍ ନେବା ପାଇଁ ପରାମର୍ଶ ଦିଆଯାଇଛି । ତେବେ କୋଭାକ୍ସିନ ଟିକା ଇଞ୍ଜେକ୍ସନ ଓ ଜାଇପର ଡି ଟିକା ବିନା ଇଞ୍ଜେକ୍ସନରେ ଦିଆଯିବ । ଜାଇପର ଡି ଟିକା ସମ୍ବନ୍ଧରେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଲିମ୍ ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ସେ କହିଛନ୍ତି, ରାଜ୍ୟରେ ୨ ବର୍ଷ ରୁ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଟିକା ଦିଆଯିବ। ରାଜ୍ୟରେ ୧ କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି। ଯଦି ଏକା ସାଙ୍ଗେ ଆମେ ଶିଶୁମାନଙ୍କୁ ଟିକା ଦେବା ପାଇଁ ଆରମ୍ଭ କରିବୁ, ତେବେ ଆମକୁ ଟିକାକାରଣ କେନ୍ଦ୍ର ସଂଖ୍ୟା ବଢ଼ାଇବାକୁ ପଡ଼ିବ। ନିର୍ଦେଶ ଆସିବା ମାତ୍ରେ ଆମେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବୁ।ଯେହେତୁ ପିଲାମାନେ ଇଞ୍ଜେକ୍ସନକୁ ଟିକେ ଡରନ୍ତି, ତେଣୁ ସେମାନଙ୍କୁ ଫର୍ମାଡେପ୍ଥ ଟେକ୍ନୋଲୋଜି ମାଧ୍ୟମରେ ଟିକା ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସିବ। ତାହା ଅନୁସାରେ ଆମେ ଟିକାକରଣ କରାଇବୁ । ଡିସିଜିଆଇ ଦ୍ବାରା ଅନୁମୋଦିତ ଜାଇପର ଡି ୧୨ ରୁ ୧୮ ବର୍ଷ ବୟସ୍କ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ। ଏହାଛଡ଼ା କୋଭାକସିନକୁ ପରୀକ୍ଷା କରି ଡିସିଜିଆଇ ଅନୁମତି ଦେବେ ।

ବର୍ତ୍ତମାନ ସୁଦ୍ଧା ୩ କୋଟି ୫୦ ଲକ୍ଷ ଡୋଜ ଟିକା ଦିଆସାରିଲାଣି। ଏଥିମଧ୍ୟରୁ ଏଯାବତ୍ ୨ କୋଟି ୪୭ ଲକ୍ଷ ପ୍ରଥମ ଡୋଜ (୭୮%)ଓ ୧ କୋଟି ୩ଲକ୍ଷ ଦ୍ୱିତୀୟ ଡୋଜ (୩୩%) ଦିଆସାରିଛି। ଆଜି ୧୮୩୦ଟି ଟିକାକରଣ କେନ୍ଦ୍ରରେ ଟିକାକରଣ କରାଯାଉଛି। ବର୍ତ୍ତମାନ ରାଜ୍ୟରେ୨୪ ଲକ୍ଷ ଟିକା ମହଜୁଦ ଅଛି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

Also Read  ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ: ସହକାରୀ ଯନ୍ତ୍ରୀଙ୍କ ଘରୁ ନଗଦ ୨ କୋଟି ଟଙ୍କା ଜବତ