ଲାଇଭ ସୋ ରୁ ହଠାତ ଉଠି ଚାଲିଗଲେ ରାୱଲପିଣ୍ଡି ଏକ୍ସପ୍ରେସ ଶୋଏବ ଅଖତର

0
851
ଲାଇଭ ସୋ ରୁ ହଠାତ ଉଠି ଚାଲିଗଲେ ରାୱଲପିଣ୍ଡି ଏକ୍ସପ୍ରେସ ଶୋଏବ ଅଖତର

ଅକ୍ଟୋବର ୨୭

ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର ଉପସ୍ଥାପକ ନାଉମାନ ନିଆଜଙ୍କ ସହ ମତଭେଦ ପରେ ପିଟିଭିରେ ଲାଇଭ ସୋରୁ ହଠାତ ବାହାରି ଯାଇ ବିବାଦର ଘେରକୁ ଚାଲି ଆସିଛନ୍ତି I

ପରେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସେ କହିଥିଲେ ଯେ ‘ସେ ଜଣେ ଜାତୀୟ ତାରକା-ତେଣୁ ସେ ସମ୍ମାନର ଯୋଗ୍ୟ’।

ଆଇସିସି ଟି -20 ବିଶ୍ୱକପ୍‌ରେ ବାବର ଆଜାମଙ୍କ ନେତୃତ୍ୱାଧୀନ ଦଳର ପ୍ରଦର୍ଶନ ନେଇ ପିଟିଭିରେ ଲାଇଭ ସୋ ଚାଲିଥିଲା I ରାୱଲପିଣ୍ଡି ଏକ୍ସପ୍ରେସ ନାମରେ ନାମିତ ଅଖତର ସହ ଏହି ସୋ ରେ ୱେଷ୍ଟଇଣ୍ଡିଜ୍‌ର ଭିଭିଆନ୍‌ ରିଚାର୍ଡସ ଏବଂ ଇଂଲଣ୍ଡର ଡେଭିଡ ଗୋୱାରଙ୍କ ଭଳି ବ୍ୟକ୍ତିତ୍ୱ ଭାଗ ନେଇଥିଲେ I

ପେସ୍ ବୋଲର ଶାହିନ୍ ଆଫ୍ରିଦି ଏବଂ ହରିସ୍ ରାଫଙ୍କ ପ୍ରଦର୍ଶନ ଉପରେ ଆଲୋଚନା ହେଉଥିଲା I ଅଖତର କିଛି କହୁଥିବା ବେଳେ ଉପସ୍ଥାପକ ନିଆଜ ମଝିରେ ତାଙ୍କୁ ଅଟକାଇଥିଲେ I ଏହି ଘଟଣାରେ ସେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ I

ଉପସ୍ଥାପକ ନାଉମାନ ନିଆଜ ଅଖତର ଙ୍କୁ କହିଥିଲେ, ‘ତୁମେ ଟିକେ ରୁକ୍ଷ ଭାବରେ କହୁଛ I ଯଦି ଚାହଁ ତୁମେ ଏ ସୋ ଛାଡି ମଝିରୁ ମଧ୍ୟ ଚାଲିଯାଇ ପାରିବ I ‘

ପରେ, ଅଖତର ଟ୍ୱିଟ୍ କରି ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ’ ନିଆଜ ଙ୍କ ବ୍ୟବହାର ପାଇଁ ସେ ସୋ ଛାଡିଛନ୍ତି I ପୁଣି ଟ୍ୱିଟ କରି ସେ କହିଲେ, ସୋସିଆଲ ମିଡିଆରେ ଏକାଧିକ କ୍ଲିପ୍ ପ୍ରସାରିତ ହେଉଛି, ତେଣୁ ମୁଁ ଭାବିଲି ମୁଁ ସ୍ପଷ୍ଟ କରିବା ଉଚିତ୍।
ନାଉମାନ ନିଆଜ ମତେ ଖରାପ ବ୍ୟବହାର କରିଥିଲେ ଏବଂ ସେ ମୋତେ ସୋ ଛାଡିବାକୁ କହିଥିଲେ I

ଏହା ମତେ ଖୁବ ଅଡୁଆରେ ପକାଇଥିଲା I କାରଣ ସେହି ସୋ ରେ ସାର୍ ଭିଭିଆନ୍ ରିଚାର୍ଡସ ଏବଂ ଡେଭିଡ ଗୋୱାରଙ୍କ ଭଳି କିମ୍ବଦନ୍ତୀ ଙ୍କ ସହ ମୋ ସମସାମୟିକ ଖେଳାଳି ମଧ୍ୟ ଭାଗ ନେଇଥିଲେ I ତାଙ୍କ ସମ୍ମୁଖରେ, ଏ ସବୁ ମତେ ଠିକ ଲାଗି ନ ଥିଲା I

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଦୁଇ ମିନିଟର ଭିଡିଓରେ ଅଖତର କହିଛନ୍ତି, “ପିଟିଭିରେ ଲାଇଭ ସୋ ଚାଲିଥିବା ବେଳେ ଏକ ଅପ୍ରୀତିକର ଘଟଣା ଘଟିଥିଲା, ​​ଯେଉଁଠାରେ ନାଉମାନ ନିଆଜ ମତେ ସୋ ଛାଡି ଚାଲିଯିବାକୁ କହିଥିଲେ I

ମୁଁ ଜାଣେ ନାହିଁ ସେ କାହିଁକି ଏହା କହିଛନ୍ତି। ସେହି ସୋ ରେ ସେ ମୋ ଭଳି ଜଣେ ଜଣେ ଜାତୀୟ ତାରକାଙ୍କୁ ଅପମାନିତ କରିଥିଲେ ଏବଂ ମୋତେ ଅଣଦେଖା କରିଥିଲେ ବୋଲି ମୁଁ ଅନୁଭବ କଲି I

Also Read  'Western bloc gets united unfortunately', Ramiz Raja said as ECB cancelled tour to Pakistan

ସେହି ସୋ ରେ ବହୁ ବଡ ବଡ ପୂର୍ବତନ କ୍ରିକେଟ ଖେଳାଳି ଥିଲେ- ସେମାନଙ୍କ ସାମ୍ନା ରେ ମତେ ଏମିତି ଅଣଦେଖା କରିବାଦ୍ୱାରା, ସେମାନେ କଣ ଭାବିଥିବେ ବୋଲି ଅଖତାର ପ୍ରଶ୍ନ କରିଛନ୍ତି I
“ମୁଁ କୌଣସି ପ୍ରକାରେ ଏହି ସମସ୍ୟାର ସମାଧାନ କରିବାକୁ କହିଥିଲି … କାରଣ ସମାଧାନ ନ ହେଲେ ଆମ ବାର୍ତ୍ତାଳାପ ଭାଇରାଲ ହେବ। ଏକ ନକାରାତ୍ମକ ଚିତ୍ର ବାହାରକୁ ଯିବ I ତେଣୁ, ମୁଁ କଥାଟାକୁ ମଜାରେ ମଜାରେ ସମାଧାନ ଆଡକୁ ନେବାକୁ ଚାହୁଁଥିଲି I ସୋ ରେ ହିଁ ସେ ଦୁଃଖ ପ୍ରକାଶ କରନ୍ତୁ ବୋଲି ମୁଁ କହିଲି-ସେ ତାହା କଲେ ନାହିଁ। ଯେତେବେଳେ ସେ ଦୁଃଖ ପ୍ରକାଶ କଲେ ନାହିଁ- , ମୁଁ ଭାବିଲି ସୋ ଛାଡିବା ମୋ ପାଇଁ ଉଚିତ ହେବ I