ଡିଆରଡିଓ ତଥ୍ୟ ଲିକ୍ ମାମଲା : ଓଡ଼ିଶା ପରେ ରାଜସ୍ଥାନ ଲିଙ୍କ

0
408
Chandipur ITR Case

କର୍ମଚାରୀଙ୍କୁ ଫସାଇ ତଥ୍ୟ ଚୋରି କରିଛନ୍ତି ରହସ୍ୟମୟୀ ମହିଳା

ଭୁବନେଶ୍ୱର, ୨୭ା୧୦: ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ସାମ୍ନାକୁ ଆସିଲା ଆଉ ଏକ ବଡ଼ ଖବର । ଓଡ଼ିଶା ପରେ ସାମ୍ନାକୁ ଆସିଲା ରାଜସ୍ଥାନ ଲିଙ୍କ । ଯୋଧପୁରର ଜଣେ ଚତୃର୍ଥ ଶ୍ରେଣୀ କର୍ମଚାରୀ ଯୁବକଙ୍କୁ ରହସ୍ୟମୟୀ ମହିଳା ନିଜ ଫାସରେ ପକାଇଥିବା ନେଇ ମିଳିଲା ସୂଚନା। ମିଲେଟ୍ରି ଇଂଜିନିୟରିଂ ସର୍ଭିସରେ କାମ କରୁଥିବା ଯୁବକଙ୍କୁ ମହିଳା ଫସାଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚୋରି କରିଥିବା ସାମ୍ନାକୁ ଆସିଛି। ଅଫିସର ଅନେକ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଯୁବକଜଣକ ମହିଳାଙ୍କୁ ପଠାଇଥିବା ବେଳେ ଗତ ୧୫ ତାରିଖରେ ରାଜସ୍ଥାନ ସିଆଇଡିରେ ଏନେଇ ମାମଲା ଦାଖଲ ହୋଇଛି ।

ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ରାଜସ୍ଥାନ ସିଆଇଡି ଯୋଗାଯୋଗ କରିଛି । ରହସ୍ୟମୟୀ ବାବଦରେ ଘଟଣା ସମ୍ପର୍କରେ ଆଲୋଚନା ହୋଇଛି । ସେହିପରି ଓଡ଼ିଶାକୁ ୨ଟି କିସ୍ତିରେ ଆସିଥିବା ୩୮ହଜାର ଟଙ୍କାର ମିଳିଛି ଠିକଣା । ଦୁବାଇରୁ ୨୪ ହଜାର ଟଙ୍କା ଆସିଥିଲା । ଲୁଲୁ ଇଣ୍ଟରନ୍ୟାସନାଲ ମନି ଏକ୍ସଚେଞ୍ଜ ସେଣ୍ଟରରୁ ଆସିଥିଲା ଟଙ୍କା । ବଳକା ଟଙ୍କାର ଚାଲିଛି ଖୋଳତାଡ । ଏବେବି ରହସ୍ୟମୟୀର ଫେସବୁକ୍ ଆକାଉଣ୍ଟ ଆକ୍ଟିଭ ଥିବା ଜଣାପଡ଼ିଛି।

Also Read  Man Killed While Sleeping On Bhubaneswar Footpath; Wife Critical