ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପ୍ରସ୍ତୁତି : ୬ରେ ସର୍ବଦଳୀୟ ବୈଠକ

0
391
ଆଦିତ୍ୟ ପ୍ରସାଦ ପାଢ଼ୀ
ଆଦିତ୍ୟ ପ୍ରସାଦ ପାଢ଼ୀ
ଭୁବନେଶ୍ୱର, ୨୮ା୧୧ :ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୨୨ରେ ପଞ୍ଚାୟତ ନିର୍ବାଚନ ହେବ। ସେଥିପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ତତ୍ତ୍ଵାବଧାନରେ ପ୍ରସ୍ତୁତି ଜାରି ରହିଛି। କେନ୍ଦ୍ର ନିର୍ଵାଚନ କମିସନ ୨୦୨୧ ଜାନୁଆରୀ ୧ ତାରିଖ ସୁଦ୍ଧା ଭୋଟର ତାଲିକା ପ୍ରଦାନ କରିସାରିଛନ୍ତି।

ଏହି ଭୋଟର ତାଲିକା ସଂଶୋଧନ ହେବା ପୂର୍ବରୁ ଆସନ୍ତା ୬ ତାରିଖରେ ସର୍ବଦଳୀୟ ବୈଠକ ଡକାଯାଇଛି। ସର୍ବଦଳୀୟ ବୈଠକରେ ଭୋଟର ତାଲିକା ସଂଶୋଧନ ନେଇ ଆଲୋଚନା ହେବ। ଧାର୍ଯ୍ୟ ତାରିଖ ଅନୁସାରେ ଜିଲ୍ଲାମାନେ ସେମାନଙ୍କର ସଂରକ୍ଷଣ ତାଲିକା ପ୍ରଦାନ କରିବେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିସନ।

Also Read  ଉଡ଼ାଣ ଭରିବାର କିଛି ସମୟ ପରେ ସ୍ପାଇସ୍‌ ଜେଟ୍‌ ବିମାନରେ ଲାଗିଲା ନିଆଁ, ପାଟନା ବିମାନ ବନ୍ଦରରେ କଲା ଜରୁରିକାଳୀନ ଅବତରଣ