କୋଭିଡ ଏବେ ବି ସମ୍ପୂର୍ଣ୍ଣ ଯାଇନି : ଦୀପାବଳିରେ ପ୍ରଦୂଷଣ କମ୍‌ ରହିବା ଦରକାର

0
3949
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର: ଯଦି କେହି ଅମାନିଆ ହୋଇ ଅନ୍ୟ ବାଣ ଫୁଟାଇବେ, ତେବେ ଏହା ଦ୍ୱାରା ପ୍ରଦୂଷଣ ବଢ଼ିବ। ଯାହା ଦ୍ୱାରା କେବଳ କୋଭିଡ ରୋଗୀଙ୍କ ପାଇଁ ସମସ୍ୟା ନୁହେଁ, ଅନ୍ୟ ରୋଗ ମଧ୍ୟ ଦେଖାଯିବ। ଆଜ୍‌ମା ହେଉ କିମ୍ବା ବିଭିନ୍ନ ଆଲର୍ଜି, ଆଖିର ଆଲର୍ଜି, ଥ୍ରୋଟ୍‌ ଆଲର୍ଜି ଦେଖାଯିବ। ଏହାଛଡା ଘରେ ମଧ୍ୟ ଅଧିକ ଲୋକ ଏକାଠି ହେବା ଉଚିତ ନୁହେଁ। କାରଣ କୋଭିଡ ଏବେ ବି ସମ୍ପୂର୍ଣ୍ଣ ଯାଇନି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ଦୀପାବଳୀକୁ ନେଇ ସତର୍କତା କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ଗ୍ରୀନ କ୍ରାକରକୁ ଅନୁମତି ଦେଇଛନ୍ତି। ଏହାକୁ ନିର୍ଦ୍ଦିଷ୍ଟ ସମୟ ପାଇଁ ଅନୁମତି ଦିଆଯାଇଛି। ଅନେକ ସମରେ ବାଣ ଅଧିକ ପ୍ରଦୂଷଣ କରିଥାଏ। ସେଥିପାଇଁ ରାଜ୍ୟରେ ଏବେ କରୋନା ସ୍ଥିତି ଲାଗି ରହିଥିବାରୁ ଏବେ ସବୁ ପ୍ରକାରର ବାଣକୁ ଫୁଠାଇବା ପାଇଁ ଅନୁମତି ଦିଆଯାଇନାହିଁ। ସେଥିପାଇଁ ଗ୍ରୀନ କ୍ରାକରକୁ ଅନୁମତି ଦିଆଯାଇଛି। କାରଣ ଗ୍ରୀନ କ୍ରାକରରେ କମ୍ ହୁଏ ପ୍ରଦୂଷଣ। ସରକାରଙ୍କ ନିୟମ ମାନି କମ ସମୟ ବାଣ ଫୁଟାଇବା ଉଚିତ। ପ୍ରଦୂଷଣ କମ୍‌ କରିବା ମୂଳ ଲକ୍ଷ୍ୟ ରହିବା ଦରକାର ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ମହାପାତ୍ର କହିଛନ୍ତି।

ରାଜ୍ୟରେ ୩୨୭ ପଜିଟିଭ୍, ୪୪ ଶିଶୁ ସଂକ୍ରମିତ

corona

ରାଜ୍ୟରେ ୩୨୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସ୍କ ୪୪ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୭ ଜଣ ଆକ୍ରାନ୍ତ ଅଛନ୍ତି ।ଭଦ୍ରକ ଜିଲ୍ଲାରୁ ୮ ଜଣ, ବଲାଙ୍ଗୀରରୁ ୫ ଜଣ, ବୌଦ୍ଧରୁ ୧ ଜଣ, କଟକରୁ ୨୯ ଜଣ, ଢେଙ୍କାନାଳରୁ ୧ ଜଣ, ଗଞ୍ଜାମରୁ ୪ ଜଣ, ଜଗତସିଂହପୁରରୁ ୭ ଜଣ, ଯାଜପୁରରୁ ୯ ଜଣ, ଝାରସୁଗୁଡ଼ାରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୧ ଜଣ, ଖୋର୍ଦ୍ଧାରୁ ୧୭୭ ଜଣ, କୋରାପୁଟ ଜିଲ୍ଲାରୁ ୩ ଜଣ, ମୟୂରଭଞ୍ଜରୁ ୧୩ ଜଣ, ନୟାଗଡ଼ରୁ ୩ ଜଣ, ପୁରୀରୁ ୬ ଜଣ, ସମ୍ୱଲପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୪ ଜଣ ଓ ଷ୍ଟେଟ ପୁଲରୁ ୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଏବେ ୧୦ ଲକ୍ଷ ୪୨ ହଜାର ୧୦୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୨୯ ହଜାର ୫୮୫ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୪ ହଜାର ୧୨୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Also Read  Mandatory Quoting of Aadhaar for PAN Applications & Filing Return of Income