ଭୁବନେଶ୍ୱର ମିଠା ଦୋକାନ ଉପରେ ବିଏମସିର ଚଢ଼ାଉ

0
466
ମିଠା ଦୋକାନ ଉପରେ ବିଏମସିର ଚଢ଼ାଉ
ମିଠା ଦୋକାନ ଉପରେ ବିଏମସିର ଚଢ଼ାଉ

ଭୁବନେଶ୍ୱର: କଟକ ପରେ ଭୁବନେଶ୍ୱରରେ ମିଠା ଦୋକାନ ଉପରେ ଚଢ଼ାଉ । ବିଏମସି ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ମିଷ୍ଟାନ୍ନ ଦୋକାନ ଉପରେ ହୋଇଛି ଚଢ଼ାଉ । ରାଜମହଲ ଛକ ସ୍ଥିତ ଶ୍ରୀକୁଞ୍ଜ ମିଠା ଦୋକାନରେ ଚଢ଼ାଉ କରାଯାଇଛି । ରାଜମହଲ ଛକ ପରେ ମାଷ୍ଟର କ୍ୟାଣ୍ଟିନ ଛକ ସ୍ଥିତ ଭୀନିତ ମିଠା ଦୋକାନରେ ଚଢ଼ାଉ କରାଯାଇଛି ।

ତିନୋଟି ଜୋନ୍ ଫୁଡ୍ ସେଫ୍ଟି ଅଫିସରଙ୍କ ସମେତ ୱାର୍ଡ ଅଧିକାରୀଙ୍କୁ ନେଇ ଚଢାଉ କରାଯାଉଛି । ବାସୀ ମିଠା ସାଙ୍ଗକୁ ରଙ୍ଗ ବ୍ୟବହାର ହୋଇଥିବା ନେଇ ତଦାରଖ ଚାଲିଛି । ଏହା ସହ ଯେଉଁ ମିଠା ବ୍ୟବସାୟୀମାନେ ପଲିଥିନ୍ ଜରି ବ୍ୟବହାର କରୁଛନ୍ତି ସେମାନଙ୍କ ଉପରେ ଫାଇନ୍ ମଧ୍ୟ କରାଯାଉଛି । ଆସନ୍ତାକାଲି ଦୀପାବଳି ହୋଇଥିବାରୁ ଅଧିକ ସଂଖ୍ୟାରେ ଲୋକେ ମିଠା କିଣିଥାନ୍ତି । ଏହାକୁ ନଜରରେ ରଖି ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ମିଠା ଷ୍ଟଲରେ ବିଏମ୍‌ସି ପକ୍ଷରୁ ଚଢ଼ାଉ କରାଯାଇଛି ।

sweet stall 1

ଗତକାଲି କଟକ ବାଦାମବାଡି KFC ଉପରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିଲା । ବାସୀ ଓ ଏକ୍ସପାଏରୀ ବ୍ରେଡ୍ ରଖିଥିବା ଅଭିଯୋଗରେ ଚଢ଼ାଉ କରିଥିଲା ସିଏମ୍‌ସି । ରେଡ ସମରେ ବିପୁଳ ପରିମାଣରେ ବାସି ଏବଂ ଏକ୍ସପାଏରୀ ବ୍ରେଡ୍‌କୁ ଜବତ କରାଯାଇଛି। ଏହି ଚଢ଼ାଉରେ ସିଏମସିର ସ୍ୱାସ୍ଥ୍ୟ ଅଧିକାରୀ ସାମିଲ ରହିଛନ୍ତି। ଭଲ ଏବଂ ଟେଷ୍ଟି ଖାଇବା ଦିଏ KFC। KFC ହେଉଛି ଏକ ଇଣ୍ଟରନାସନାଲ ବ୍ରାଣ୍ଡ। ଯଦି ଏଭଳି ଏକ ବ୍ରାଣ୍ଡ ଖରାବ ବାସି ଖାଇବା ବିକ୍ରି କରିବ ତେବେ ଲୋକ ବିଶ୍ୱାସ କରିବେତ କାହାକୁ କରିବେ।

Also Read  Exe Engineer caught red-handed by the Odisha Vigilance while accepting bribe