କେଦାରନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦୀ : କେଦାରପୁରୀ ପୁନଃନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ

0
729
କେଦାରନାଥ ମନ୍ଦିର
କେଦାରନାଥ ମନ୍ଦିର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଥିବା କେଦାରନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି।ସକାଳେ ଡେରାଡୁନ୍‌ ବିମାନ ବନ୍ଦରରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉତ୍ତରାଖଣ୍ଡର ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ଗୁରମିତ ସିଂହ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସ୍ୱାଗତ କରି ପାଛୋଟି ନେଇଥିଲେ।

ମନ୍ଦାକିନୀ ନଦୀତଟରେ ଅବସ୍ଥିତ ପାର୍ବତ୍ୟ ତୀର୍ଥସ୍ଥଳୀ କେଦାରନାଥ ମନ୍ଦିରକୁ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିତୀୟ ପରିଦର୍ଶନ। ୨୦୧୯ରେ ମଧ୍ୟ ସେ କେଦାରନାଥ ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ଦର୍ଶନ କରିଥିଲେ।

kedarnath1 1

ଏହା ପରେ ପ୍ରଧାନମନ୍ତ୍ରୀ ସେଠାରେ ଅଷ୍ଟାଦଶ ଶତାବ୍ଦୀର ସନ୍ଥ ଆଦି ଶଙ୍କରାଚାର୍ଯ୍ୟଙ୍କ ପୁନଃନିର୍ମିତ ସମାଧି ଏବଂ ମନ୍ଦିର ପରିସରରେ ତାଙ୍କର ୧୨ ଫୁଟ୍‌ ଉଚ୍ଚର ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ୩୫ ଟନ୍‌ ଓଜନବିଶିଷ୍ଟ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ୨୦୧୯ରେ ଆରମ୍ଭ ହୋଇଥିଲା।

ଏହି ଐତିହାସିକ ଗସ୍ତରେ ପ୍ରଧାମନ୍ତ୍ରୀ ମୋଦୀ ସେଠାରେ ଅନ୍ୟାନ୍ୟ ଅନେକ ପ୍ରକଳ୍ପର ଶୁଭ ଉନ୍ମୋଚନ କରିବା ସହ ଉକ୍ତ ହିମାଳୟ ମନ୍ଦିର ଅଞ୍ଚଳରେ ପ୍ରାୟ ୪୦୦ କୋଟି ଟଙ୍କାର କେଦାରପୁରୀ ପୁନଃନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିବେ।

Also Read  ଦୀର୍ଘ ୨ ବର୍ଷ ପରେ ହଟିଲା କଟକଣା, ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ