ଚାକିରୀ କରାଇଦେବା ନାଁରେ ୧.୪୭ କୋଟି ଟଙ୍କା ଠକେଇ: ଦୁଇ ଗିରଫ

0
389
Heroin Worth Rs.1439 Crores Seized: Importer Arrested
Heroin Worth Rs.1439 Crores Seized: Importer Arrested

ନଭେମ୍ବର ୧୨

ନିଜକୁ ହୋମ ଡିପାର୍ଟମେଣ୍ଟ ର ଆସିଷ୍ଟIଣ୍ଟ ସେକସନ ଅଫିସର ବୋଲି ପରିଚୟ ଦେଇ ମିଳିତ ପୋଲିସ ସେବା ପରୀକ୍ଷା (ସିପିଏସ୍ଇ) ୨୦୧୩ ରେ ଭାଗ ନେଇଥିବା କିଛି ପରୀକ୍ଷାର୍ଥୀ ଙ୍କ ଠାରୁ ୧.୪୭ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା (EOW) ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୁଇଜଣ ହେଲେ ବୈକୁଣ୍ଠ ନାଏକ ଏବଂ ଭୀମସେନ ମହାରଣା I

EOW ସୂଚନା ଅନୁଯାଇ, ଜଣେ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ଭାବରେ ଏବଂ ଅନ୍ୟଜଣେ ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଭାବରେ ଅଭିଯୋଗକାରୀ ବାଦଲ କୁମାର ରାଉଳ ଙ୍କ ସମେତ ୩୮ ଜଣ ଚାକିରି ଆଶାୟୀଙ୍କୁ ଠକିଛନ୍ତି I
ଅଭିଯୋଗକାରୀ ଏବଂ ଅନ୍ୟ ୩୭ ଜଣ ଚାକିରୀ ଆଶାୟୀ ପୋଲିସ୍ ସବ୍ ଇନ୍ସପେକ୍ଟର, ସରଜେଣ୍ଟ ଏବଂ ଡେପୁଟି ସୁବେଦାର ପଦ ପାଇଁ ଓଡିଶା କର୍ମଚାରୀ ଚୟନ ଆୟୋଗ ଦ୍ୱାରା ପରିଚାଳିତ ମିଳିତ ପୋଲିସ୍ ସେବା ପରୀକ୍ଷା, ୨୦୧୩ (CPSE-2013) ରେ ହାଜର ହୋଇଥିଲେ। ମନୋନୀତ ପ୍ରାର୍ଥୀଙ୍କ ଅନ୍ତିମ ଯୋଗ୍ୟତା ତାଲିକା ଡିସେମ୍ବର, ୨୦୧୬ ରେ ପ୍ରକାଶିତ ହୋଇଥିଲା |

ଅଭିଯୋଗକାରୀ ଏବଂ ଠକାମୀ ର ଶିକାର ହେଇଥିବା ଅନ୍ୟ ବ୍ୟକ୍ତି ମାନେ ମୌଖିକ ପରୀକ୍ଷା ଦେଇଥିଲେ ଏବଂ ସପ୍ଲିମେଣ୍ଟାରୀ ତାଲିକା ପ୍ରକାଶ ପାଇଲେ ଚାକିରି ପାଇବାକୁ ଆଶା କରୁଥିଲେ, ଠକମାନେ ଏହି ସୁଯୋଗ କୁ ବ୍ୟବହାର କରିଥିଲେ।

ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ବୈକୁଣ୍ଠ ନାୟକ, ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର, ଗୃହ ବିଭାଗ ଏବଂ ଭୀମସେନ୍ ମହାରଣା ଗୃହ ବିଭାଗର ଉଚ୍ଚ ପଦାଧିକାରୀ ଭାବରେ ନିଜର ପରିଚୟ ଦେଇଥିଲେ I
ଆଶାୟୀ ଙ୍କ ବିଶ୍ୱାସ ହାସଲ କରିବା ଉଦ୍ଦେଶ୍ୟରେ ବୈକୁଣ୍ଠ ସେମାନଙ୍କୁ ଏକ ନକଲି ପରିଚୟ କାର୍ଡ ଦେଖାଇଥିଲା ଏବଂ ଦୁହେଁ ମିଶି ସେମାନଙ୍କ ଠାରୁ 5 ରୁ 6  ଲକ୍ଷ ଟଙ୍କା ଲେଖାଏଁ ଦାବି କରିଥିଲେ ବୋଲି ଅଭିଯୋଗ ହୁଏ I

ମଇ ୨୦୨୦ ରୁ ନଭେମ୍ବର ୨୦୨୦ ମଧ୍ୟରେ, ଅଭିଯୁକ୍ତମାନେ ଆଶାୟୀ ଙ୍କ ଠାରୁ ୧.୪୭ କୋଟି ଟଙ୍କା ନେଇଥିଲେ। ଠକାମୀ ର ଶିକାର ହେଇଥିବା ବ୍ୟକ୍ତି ମାନେ, ଏହି ରାଶି ଉଭୟ ଆକାଉଣ୍ଟ ଟ୍ରାନ୍ସଫର ଏବଂ ନଗଦ ଆକାରରେ ପ୍ରଦାନ କରିଥିଲେ I

ଅନୁସନ୍ଧାନ ବେଳେ, ଭୀମସେନ ମୋହରାନା ଉଚ୍ଚଶିକ୍ଷା ବିଭାଗର ସିନିୟର ଗ୍ରେଡ ରେକର୍ଡର ଭାବରେ ଅବସର ନେଇଥିବା ଜଣାପଡିଛି।

ବୈକୁଣ୍ଠ ନାୟକଙ୍କ ଘରେ ଖୋଜାଖୋଜି ବେଳେ ୧୨ ଟି ଏଟିଏମ କାର୍ଡ ଏବଂ ନକଲି ଆଇଡି କାର୍ଡ ଜବତ କରାଯାଇଛି। ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଛି | ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ଏବଂ ଗିରଫ କରିବା ପାଇଁ ଅଧିକ ତଦନ୍ତ ଚାଲିଛି ବୋଲି EOW ପ୍ରକାଶ କରିଛି।

Also Read  କୋଭିଡ ହସ୍ପିଟାଲ ରେ ଅଗ୍ନିକାଣ୍ଡ; ୧୦ ମୃତ

LEAVE A REPLY

Please enter your comment!
Please enter your name here