ଦୁର୍ନୀତି ଅଭିଯୋଗରେ ଆଠ ଜଣ ଅଧିକାରୀ ଙ୍କୁ ବାଧ୍ୟତାମୂଳକ ଅବସର

0
765
Odisha Amends Panchayat laws: Candidates To Be Punished For Giving False Affidavits
Odisha Amends Panchayat laws: Candidates To Be Punished For Giving False Affidavits

ନଭେମ୍ବର ୧୨

ନିମାପଡ଼ାର ପୂର୍ବତନ ତହସିଲଦାର ତଥା ଓଏଏସ୍ ଅଧିକାରୀ ରାମଚନ୍ଦ୍ର ଜେନା ଙ୍କ ସମେତ ଆଉ ୮ ଜଣ ଅପାରଗ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ରାମଚନ୍ଦ୍ର ଜେନା ଙ୍କ ବିରୁଦ୍ଧରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି। ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଯାଞ୍ଚ ସମୟରେ ୫ ଲକ୍ଷ ଟଙ୍କା ସହ ତାଙ୍କ ନାଁ ରେ ଥିବା ଏକାଧିକ ପ୍ୟାନ କାର୍ଡ ଜବତ ହେଇଥିଲା I ପରେ ତାଙ୍କୁ ଗିରଫ କରାଯାଇଥିଲା I

ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅନ୍ୟ ସରକାରୀ କର୍ମଚାରୀ ଙ୍କ ମଧ୍ୟରେ ଅଛନ୍ତି ଜଗତସିଂହପୁରର ପୂର୍ବତନ ଡେପୁଟି କଲେକ୍ଟର ତଥା ଓଏଏସ୍ ଅଧିକାରୀ ଗୌରାଙ୍ଗ ଚରଣ ମହାନ୍ତି I ତାଙ୍କ ନାଁ ରେ ୭ଟି ଦୁର୍ନୀତି ଅଭିଯୋଗ ଥିଲା।
ସୁନ୍ଦରଗଡ଼ ଲାଠିକଟାର ପୂର୍ବତନ ତହସିଲଦାର ତଥା ବର୍ତ୍ତମାନ ବରଗଡ଼ର ଅମ୍ବାଭୋନାରେ ବିଡିଓ ଥିବା ଓଏଏସ୍ ଅଧିକାରୀ ଆଲଫୋନ୍ସ ବିଲୁଙ୍ଗ ଙ୍କୁ ମଧ୍ୟ ଦୁର୍ନୀତି ଅଭିଯୋଗ ରେ ବାଧ୍ୟତାମୂଳକ ଅବସର ଦିଆଯାଇଛି I ତାଙ୍କ ନାମରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି ।

ସେହିପରି କେନ୍ଦୁଝର ଜଳସେଚନ ବିଭାଗ ବୈତରଣୀ ଡିଭିଜନର ପୂର୍ବତନ ସୁପରିଟେଣ୍ଡିଂ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍ ସିଡିପିଓ ମୀନା ପାତ୍ର, ଥୁଆମୂଳ ରାମପୁର ବ୍ଲକ୍ ସିଡିପିଓ ପୁଷ୍ପାଞ୍ଚଳି ରଥ, ଦେବଗଡ଼ର ପୂର୍ବତନ ଡେପୁଟି ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଅଜିତ କୁମାର ମହାପାତ୍ର, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍‌ର କ୍ୟାସିଅର ପ୍ରଭାକର ପ୍ରଧାନ ଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି I

 

Also Read  Norwegian Ambassador meets Odisha CM in State Secretariat in Odisha capital